ନିରଞ୍ଜନଙ୍କ ପ୍ରଥମ ଏସିଡ୍ ଟେଷ୍ଟ୍, ୧୨ ଜିଲ୍ଲାରେ ଗୋଷ୍ଠୀକନ୍ଦଳ ଜଳଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ନିରଞ୍ଜନଙ୍କ ପ୍ରଥମ ଏସିଡ୍ ଟେଷ୍ଟ୍, ୧୨ ଜିଲ୍ଲାରେ ଗୋଷ୍ଠୀକନ୍ଦଳ ଜଳଜଳ

ଭୁବନେଶ୍ୱର : ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ରାଜ୍ୟ କଂଗ୍ରେସ ଏବେ ନିଜର ସାଂଗଠନିକ ଜିଲ୍ଲାଗୁଡ଼ିକରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ନେଇ ଚିନ୍ତିତ ହୋଇପଡ଼ିଛି।

ପିସିସି ମୁଖିଆ ଭାବେ ନିରଞ୍ଜନ ପଟ୍ଟନାୟକ ଏପର୍ଯ୍ୟନ୍ତ ନିଜର ନୂଆ ଟିମ୍ ଗଢ଼ିବାରେ ସକ୍ଷମ ହୋଇନଥିବାବେଳେ ପ୍ରାୟ ୧୨ଟି ଜିଲ୍ଲାରେ ଦେଖାଦେଇଥିବା କନ୍ଦଳ ତାଙ୍କ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ ପାଲଟିଛି।

ପିସିସି ନେତୃତ୍ୱଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଓ କନ୍ଦଳର ପ୍ରଭାବ ଜିଲ୍ଲାଗୁଡ଼ିକରେ ଅନୁଭୂତ ହୋଇଛି। ଯାହାର ପ୍ରଭାବ ଖୁବଶୀଘ୍ର ହେବାକୁ ଥିବା ପିସିସି ଟିମ୍ ଓ କଂଗ୍ରେସ ପ୍ରାର୍ଥୀ ଚୟନ ଉପରେ ପଡ଼ିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବହୁ ବାଦବିବାଦ ପରେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ମୁଖିଆ ପଦରୁ ହଟାଇ ନିରଞ୍ଜନଙ୍କୁ ଦାୟିତ୍ୱ ଦିଆଯିବା ପରେ ରାଜ୍ୟ କଂଗ୍ରେସ ପୁଣିଥରେ ସଂଗଠିତ ହେବାରେ ଲାଗିଥିଲା। ସାଂଗଠନିକ ଜିଲ୍ଲା ସଭାପତି ଓ  ଜିଲ୍ଲା ପରିଷଦ ଜୋନରେ ନୂଆ ସଭାପତିଙ୍କୁ ଅବସ୍ଥାପିତ କରାଇ ପିସିସି ନେତୃତ୍ୱ ଆଗାମୀ ନିର୍ବାଚନରେ ଦଳର ସ୍ଥିତିରେ ସୁଧାର ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି।

କଂଗ୍ରେସ ହାଇକମାଣ୍ଡ ମଧ୍ୟ ଅନୁରୂପ ଭାବେ ଓଡ଼ିଶା ଉପରେ ଅଧିକ ଫୋକସ୍ କରି ଜଣେ ପ୍ରଭାରୀଙ୍କ ସମେତ ୪ଜଣ ସହପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ ଏସବୁ ସତ୍ୱେ ଏପର୍ଯ୍ୟନ୍ତ ପିସିସିର ବିଭିନ୍ନ କମିଟି ଚୂଡ଼ାନ୍ତ ହୋଇପାରିନି।

ଏପଟେ ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ଜୋନ୍ ସଭାପତି ପଦବୀରେ ନିଯୁକ୍ତିବେଳେ ଜିଲ୍ଲାସ୍ତରରେ ଥିବା ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ଭଳି ପଦକ୍ଷେପ ନିଆଯାଇନଥିବାରୁ କନ୍ଦଳ ବଢ଼ିବାରେ ଲାଗିଛି।

ନିରଞ୍ଜନଙ୍କୁ ସହଯୋଗ ପାଇଁ ୩ ଜଣ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ନବ ଦାସ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଯୁକ୍ତି ମିଳିଥିବାବେଳେ ପ୍ରତ୍ୟେକଙ୍କ ଦାୟିତ୍ୱରେ ୧୦ଟି ଲେଖାଏ ଜିଲ୍ଲା ରହିଛି। କିନ୍ତୁ ଏହି କାର୍ଯ୍ୟକାରୀ ସଭାପତିମାନେ ନିଜ ନିଜର ସମର୍ଥକଙ୍କୁ ଜିଲ୍ଲାସ୍ତରର ସାଂଗଠନିକ ପଦପଦବୀରେ ନିଯୁକ୍ତି ଦେଇଥିବାରୁ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି।

ଇତିମଧ୍ୟରେ ପ୍ରାୟ ୧୦ରୁ ୧୨ଟି ଜିଲ୍ଲାରୁ ପୁରୁଣା କର୍ମୀ ଓ ନେତାମାନେ ଭୁବନେଶ୍ୱର ଆସି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି। ଜିଲ୍ଲା ସଂଗଠନରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ, ରାଉରକେଲା, ଯାଜପୁର, ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ନେତାମାନେ ପିସିସି ମୁଖ୍ୟଙ୍କୁ ଭେଟି ନିଜର ଆପତି ଜଣାଇଛନ୍ତି। ଏପରିକି ପିସିସି ମୁଖ୍ୟଙ୍କ ନିଜ ଜିଲ୍ଲା କେଉଁଝରରେ ମଧ୍ୟ ଗୋଷ୍ଠୀବିବାଦ ତୀବ୍ର ହେବାରେ ଲାଗିଛି। ଅସନ୍ତୁଷ୍ଟ ନେତାମାନଙ୍କୁ ସାମୟିକ ଭାବେ ମନାଇବାରେ ନିରଞ୍ଜନ ସକ୍ଷମ ହୋଇଥିଲେ ମଧ୍ୟ ପିସିସି ନୂଆ କମିଟି ଘୋଷଣା ପରେ ଏହି କନ୍ଦଳ ଅଧିକ ଉଗ୍ରରୂପ ନେବାର ଆଶଙ୍କା ରହିଛି।

ଅପରପକ୍ଷରେ  ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଚଳିତ ସପ୍ତାହରେ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏହି ଜିଲ୍ଲାଗୁଡ଼ିକର ଅସନ୍ତୁଷ୍ଟ ନେତାମାନେ ତାଙ୍କୁ ଭେଟି ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇବେ ବୋଲି ସୂଚନା ମିଳିଛି।



from OdishaReporter https://ift.tt/2P8P7dZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages