ଏସିଆନ୍ ଗେମ୍ସ୍‌: ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ପୁନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଏସିଆନ୍ ଗେମ୍ସ୍‌: ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ପୁନିଆ

ଓଡ଼ିଶା ରିପୋର୍ଟର୍: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ଗେମ୍ସ୍‌ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। କୁସ୍ତିରେ ଏହି ସ୍ୱର୍ଣ୍ଣ ପଦକ ଜିତି ରବିବାର୍ ଦେଶ ପାଇଁ ଗୌରବ ଆଣିଛନ୍ତି ବଜରଙ୍ଗ୍ ପୁନିଆ।

୬୫ କେଜି ଫ୍ରି ଷ୍ଟାଇଲ୍‌ର ଫାଇନାଲ୍‌ରେ ଜାପାନ୍‌ର ଡାଇଚି ଟାକାଟାନୀଙ୍କୁ ୩-୧ ସେଟ୍‌ରେ ହରାଇ ପୁନିଆ ଏହି କୃତିତ୍ୱ ହାସଲ୍‌ କରିଛନ୍ତି। ପୂର୍ବରୁ ବଜରଙ୍ଗ୍‌ ପୁନିଆ ସେମିଫାଇନାଲ୍‌ରେ ମଙ୍ଗୋଲିଆର ବାଚୁଲୁନୁ ବାଟମାଗ୍‌ନିଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ରବିବାର ଦେଶ ପାଇଁ ଚଳିତ ଏସିଆନ୍ ଗେମ୍ସ୍‌ର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ବଜରଙ୍ଗ୍‌ଙ୍କୁ ଦେଶର ବିଭିନ୍ନ ମହଲରୁ ସୋଶାଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।

ଅଲିମ୍ପିକ୍ସ ପରେ ଦ୍ୱିତୀୟ ମେଗା କ୍ରୀଡ଼ା ଉତ୍ସବ କୁହାଯାଉଥିବା ଏସିଆନ୍ ଗେମ୍‌ସ ଶନିବାରରୁ ଆରମ୍ଭ ହୋଇଛି। ରବିବାର ଦ୍ୱିତୀୟ ଦିନରେ ଭାରତକୁ ସୁଟିଂରେ ପ୍ରଥମ ପଦକ ମିଳିଥିଲା। ୧୦ ମିଟର୍ ଏୟାର୍ ରାଇଫଲ୍ ମିକ୍ସ ଇଭେଣ୍ଟ୍‌ରେ ଅପୂର୍ବୀ ଚାଣ୍ଡେଲା ଓ ରବି କୁମାର ଭାରତ ପାଇଁ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।



from Odisha Reporter https://ift.tt/2BqgBJl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages