ନିରାଶ କଲେ ସୁଶୀଲ୍ କୁମାର୍, ୭୪ କେଜି ବର୍ଗ କୁସ୍ତିର ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ନିରାଶ କଲେ ସୁଶୀଲ୍ କୁମାର୍, ୭୪ କେଜି ବର୍ଗ କୁସ୍ତିର ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଲେ

ଓଡ଼ିଶା ରିପୋର୍ଟର୍: ୬୫ କେଜି ଫ୍ରି ଷ୍ଟାଇଲ୍‌ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତି ବଜରଙ୍ଗ୍ ପୁନିଆ ଦେଶ ପାଇଁ ଗୌରବ ଆଣିଥିବାବେଳେ ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ୍‌ କୁମାର୍ କିନ୍ତୁ ୭୪ କେଜି ବର୍ଗରେ ନିରାଶ କରିଛନ୍ତି।

ଲଣ୍ଡନ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ସୁଶୀଲ୍ କୁମାର୍ ବାହାରିନ୍‌ର ଆଡାମ୍ ବାଟିରଭ୍‌ଙ୍କ ଠାରୁ ୩-୫ ସେଟ୍‌ରେ ଅପ୍ରତ୍ୟାଶିତ ଭାବେ ହାରିଯାଇ ଏହି ବର୍ଗର ପଦକ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସୁଶୀଲ୍ କୁମାର୍ ୨-୧ ସେଟ୍‌ରେ ଆଗୁଆ ଥିଲେ ହେଁ ବାଟିରଭ୍ ଅଚାନକ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ କବ୍‌ଜା କରି ନେଇଥିଲେ।

ମ୍ୟାଚ୍‌ର ଫଳାଫଳ ପରେ ଏସିଆନ୍ ଗେମ୍‌ସ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ୍‌ରେ ସେ କରିଥିବା କିଛି ତ୍ରୁଟିକୁ ସୁଶୀଲ୍ କୁମାର୍ ସ୍ୱୀକାର କରିଛନ୍ତି। ସୁଶୀଲ୍ କହିଛନ୍ତି ଯେ ସେ ଥକି ପଡ଼ି ନାହାନ୍ତି, ବରଂ ଏସିଆନ୍ ଗେମ୍‌ସ୍‌ରେ କରିଥିବା ତ୍ରୁଟିଗୁଡ଼ିକୁ ଆଗକୁ ଆସୁଥିବା ବିଶ୍ୱ ଚାମ୍ପିଅନ୍‌ସିପ୍ ବେଳକୁ ସୁଧାରିବା ପାଇଁ ସେ ଚେଷ୍ଟା କରିବେ।



from Odisha Reporter https://ift.tt/2L9awRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages