ଏହିସବୁ ଭାବନାରୁ ଦୂରେଇ ରହନ୍ତୁ ଗର୍ଭବତୀ, ନହେଲେ ଖରାପ ହୋଇଯାଇ ପାରେ ଗର୍ଭସ୍ଥ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଏହିସବୁ ଭାବନାରୁ ଦୂରେଇ ରହନ୍ତୁ ଗର୍ଭବତୀ, ନହେଲେ ଖରାପ ହୋଇଯାଇ ପାରେ ଗର୍ଭସ୍ଥ ଶିଶୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାତୃତ୍ୱ ଲାଭ କରିବା ଯେକୌଣସି ମହିଳା ପାଇଁ ସୌଭାଗ୍ୟର ବିଷୟ ବୋଲି ଭାରତୀୟ ପରିବାରରେ ବିଚାର କରାଯାଏ। ତେଣୁ ଆମ ପରିବାର ଗୁଡ଼ିକରେ ଗର୍ଭବତୀଙ୍କର ଯତ୍ନ ଗୁରୁତ୍ୱର ସହ ନିଆ ଯାଇଥାଏ। ଡାକ୍ତର ଓ ମନୋବିଜ୍ଞାନୀଙ୍କ ପରାମର୍ଶ ହେଲା, ଏହି ସମୟରେ ଗର୍ଭବତୀମାନେ କିଛି ବିଶେଷ ଅନୁଭବ ପାଇଥାଆନ୍ତି। ଏହି ସମୟରେ ମହିଳାଙ୍କ ମନରେ ବିଭିନ୍ନ ପ୍ରକାର ଭାବନା ଉତ୍ପନ୍ନ ହୋଇଥାଏ। ଏହି ସମୟରେ ଗର୍ଭବତୀମାନେ ଯାହା ଅନୁଭବ କରିଥାଆନ୍ତି, ତା’ର ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା, ଗର୍ଭରେ ଥିବା ଶିଶୁ ଉପରେ ମା’ର କେଉଁ କେଉଁ ଭାବନାଗୁଡ଼ିକର ପ୍ରଭାବ ପଡ଼ିଥାଏ।

୧. କେହି ଯଦି ଆପଣଙ୍କ ଆଦର କରିବା ସହ ଯତ୍ନ ନିଏ, ତେବେ ତାହା ସତରେ କେତେ ଆନନ୍ଦ ଦିଏ କହିଲେ ! ଗର୍ଭଧାରଣ ସମୟରେ ମହିଳାଙ୍କ ପାଇଁ ଏହି ଅନୁଭବ ବହୁତ ଜରୁରି। ସେମାନେ ଅନୁଭବ କରିବା ଦରକାର ଯେ, ତାଙ୍କ ପ୍ରତି ସମସ୍ତେ ଯତ୍ନବାନ୍ ଅଛନ୍ତି। ତେଣୁ ତାଙ୍କର ଯତ୍ନ ନିଆଗଲେ ସେ ଖୁସି ରହିବେ ଓ ଏହାର ସିଧାସଳଖ ପ୍ରଭାତ ତାଙ୍କ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଏପରି ହେଲେ ସେ ଚିନ୍ତାଶୂନ୍ୟ ରହିଥାନ୍ତି ଏବଂ ତ୍ୱଚାରେ ଚମକ ଆସିଥାଏ। ଏହାସହିତ ତାଙ୍କ ରକ୍ତଚାପ ବା ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣରେ ରହିଥାଏ।

୨. ଗର୍ଭାବସ୍ଥାରେ ମହିଳା ଚାପମୁକ୍ତ ରହିବା ଜରୁରି। ଯଦି ତାଙ୍କୁ କେହି ଈର୍ଷା କରନ୍ତି କିମ୍ବା ସେ କାହାକୁ ଈର୍ଷା କରନ୍ତି, ତେବେ ଏହା ତାଙ୍କ ମନକୁ କଳୁଷିତ କରିଦିଆ ଏବଂ ମନରେ ଖରାପ ଚିନ୍ତା ସବୁ ଆସେ। ମନୋବିଜ୍ଞାନୀଙ୍କ ପରାମର୍ଶ ହେଲା, ଗର୍ଭାବସ୍ଥାରେ ମହିଳାମାନେ ସମସ୍ତ ନକରାତ୍ମକ ଭାବନାଠାରୁ ଦୂରେଇ ରହିବା ଉଚିତ୍‌। ଡାକ୍ତରୀ ବିଦ୍ୟା କହୁଛି, ଈର୍ଷା ଜାତ ହେଲେ ଶରୀରରୁ ଷ୍ଟ୍ରେସ୍‌ ହରମୋନ୍‌ ନିର୍ଗତ ହୋଇଥାଏ। ଏହା ଗର୍ଭରେ ବଢ଼ୁଥିବା ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ସେହିପରି ଈର୍ଷା, ରାଗ ଓ ପ୍ରତିଶୋଧ ପରାୟଣ ହେଲେ ଗର୍ଭବତୀଙ୍କର ଶୋଇବା ଖାଇବାରେ ସମସ୍ୟା ଦେଖାଯାଇଥାଏ। ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ବେଳେବେଳେ ଏଥିପାଇଁ ଗର୍ଭସ୍ଥ ଶିଶୁଟି ନଷ୍ଟ ବି ହୋଇଯାଇ ପାରେ।

୩. ଗର୍ଭବତୀଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ। ମା ଖୁସି ରହିଲେ ସେ ଅନୁଭବ ଗର୍ଭରେ ଥିବା ଶିଶୁଟି ମଧ୍ୟ ପାଇଥାଏ। ଖୁସିରେ ରହିଲେ ଗର୍ଭବତୀଙ୍କ ରକ୍ତଚାପ ଏବଂ ହାର୍ଟ ପଲ୍‌ସ ରେଟ୍‌ ସନ୍ତୁଳିତ ହୋଇ ରହିଥାଏ। ଫଳରେ ଗର୍ଭସ୍ଥ ଶିଶୁର ଶରୀରରେ ଅଧିକ ରକ୍ତ ପହଞ୍ଚି ପାରିଥାଏ। ଯାହାକି ତାକୁ ରୋଗ ଓ ସଂକ୍ରମଣ ବିପଦରୁ ରକ୍ଷା କରିଥାଏ।

୪. ବେଳେବେଳେ ମହିଳାମାନେ ଘର, ପରିବାର, ଶିଶୁର ଜନ୍ମ ଓ ତା’ର ଭବିଷ୍ୟତ ଚିନ୍ତାରେ ଘାଣ୍ଟି ହୁଅନ୍ତି। ବିଶେଷକରି ଯେଉଁ ମହିଳାମାନେ ପ୍ରଥମଥର ପାଇଁ ଗର୍ଭବତୀ ହୋଇଥାଆନ୍ତି, ସେମାନେ ଅଧିକ ଚିନ୍ତାଗ୍ରସ୍ତ ହେଉଥିବା ଦେଖାଯାଇଛି। ଡାକ୍ତର କହୁଛନ୍ତି, ଅଧିକ ଚିନ୍ତା କଲେ ଶରୀରରୁ କୋର୍ଟିସୋଲ୍‌ ହର୍‌ମୋନ୍‌ ବାହାରିଥାଏ। ଏହି ହର୍‌ମୋନ୍‌ ଦୁଃଖ, ଥକାପଣ, ମୁଣ୍ଡ ବିନ୍ଧା ଓ ରକ୍ତଚାପ ପରି ସମସ୍ୟାକୁ ବଢ଼ାଇଥାଏ। ଏପରି କୌଣସି ସମସ୍ୟା ଦେଖାଦେଲେ ଗର୍ଭବତୀମାନେ ହାଲ୍‌କା ଯୋଗ କରନ୍ତୁ ଓ ଗୀତ ଶୁଣନ୍ତୁ। ଫଳରେ ଶାନ୍ତି ଅନୁଭବ କରିପାରିବେ।

 



from OdishaReporter https://ift.tt/2LU2hNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages