ଖାସ୍‌ ବୟସ୍କଙ୍କ ପାଇଁ iBall ଆଣିଲା ନୂଆ ଫୋନ୍‌: ରହିଛି ଏସବୁ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଖାସ୍‌ ବୟସ୍କଙ୍କ ପାଇଁ iBall ଆଣିଲା ନୂଆ ଫୋନ୍‌: ରହିଛି ଏସବୁ ସୁବିଧା

Aasaan4

ନୂଆଦିଲ୍ଲୀ: ଘରୋଇ କଞ୍ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍‌ କମ୍ପାନୀ iBall ବୟସ୍କ ବ୍ୟକ୍ତିଙ୍କ ପାଇଁ ନୂଆ ଫିଚର୍‌ ଥିବା ଫୋନ୍‌ ‘Aasaan 4’ ଲଞ୍ଚ୍‌ କରିଛି। ବରିଷ୍ଠ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଶେଷ ଭାବେ ଏହାକୁ ତିଆରି କରାଯାଇଛି। ଏହାର ମୂଲ୍ୟ ମାତ୍ର ୩,୪୯୯ ଟଙ୍କା ରହିଛି।

  • ଏଥିରେ ବଡ଼ କି-ପ୍ୟାଡ୍‌ ରହିଛି। ସାଉଣ୍ଡ୍‌ ମଧ୍ୟ ଅଧିକ ଦିଆଯାଇଛି। ୨.୩୧ ଇଞ୍ଚର ସ୍କ୍ରିନ୍‌ ଦିଆଯାଇଛି। ଏହାସହ ଏଥିରେ ଜରୁରୀକାଳୀନ ଆଲର୍ଟ ସପୋର୍ଟ ଓ ମୋବାଇଲ୍‌ ଟ୍ରାକିଙ୍ଗ୍‌ ଫିଚର୍ ରହିଛି। ଏଥିରେ ଡୁଆଲ୍‌ ସିମ୍‌ ବ୍ୟବହାର କରିହେବ।
  • କମ୍ପାନୀ ପକ୍ଷରୁ କୁହାଯାଇଛି, ଏଥିରେ ଟକିଂ କି-ପ୍ୟାଡ୍‌ ଦିଆଯାଇଛି। ଅର୍ଥାତ୍‌ ଏଥିରେ ‘A’ ବଟମ୍‌ ଚିପିଲେ ‘A’ ଉଚାରଣ ହେବ।
  • ଏଥିରେ 1,800mAh ବ୍ୟାଟେରୀ ଦିଆଯାଇଛି। 32GBର microSD ଷ୍ଟୋରେଜ୍‌ ସପୋର୍ଟ ଦିଆଯାଇଛି। ସେହିଭଳି ଏଥିରେ ୨୦୦ ମେସେଜ୍‌ ଓ ୧୦୦୦ ଫୋନ୍‌ ନମ୍ବର ସେଭ୍‌ କରିପାରିବେ।
  • ଜରୁରୀକାଳୀନ କଲିଂ ଓ ‘SOS’ ବଟମ୍‌ ଦିଆଯାଇଛି। ଆପତ୍ତକାଳୀନ ପରିସ୍ଥିତିରେ ଏହି ବଟମ୍‌ ଦବାଇଲେ ଜୋରରେ ସାଇରନ୍‌ ବାଜିବ। ଏହାଦ୍ୱାରା ଆଖପାଖରେ ଥିବା ଲୋକେ  ସାହାଯ୍ୟ ପାଇଁ ଆସିପାରିବେ।
  • ମୋବାଇଲ୍‌ ଟ୍ରାକିଙ୍ଗ୍ ସିଷ୍ଟମ୍‌ ବି ରହିଛି। ଫୋନ୍‌ରେ ନୂଆ ସିମ୍‌ ପଡ଼ିବା ମାତ୍ରେ, ଟ୍ରାକିଙ୍ଗରେ ଆପଣ ଦେଇଥିବା ଆଲର୍ଟ ନମ୍ବରକୁ ମେସେଜ୍‌ ପଳାଇବ।
  • ଫୋନ୍‌ ଲକ୍‌, LED ଟର୍ଚ୍ଚ ଓ ୱେରଲେସ୍‌ FM ପାଇଁ ୱାନ୍‌ ଟଚ୍‌ ବଟମ୍‌ ଦିଆଯାଇଛି।


from OdishaReporter https://ift.tt/2KcxvKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages