ପାଣିପାଗ ବିଭାଗ ବିରୋଧରେ ଥାନାରେ ଏତଲା ଦେଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ପାଣିପାଗ ବିଭାଗ ବିରୋଧରେ ଥାନାରେ ଏତଲା ଦେଲେ ଚାଷୀ

ମୁମ୍ୱାଇ: ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳର ଏକ ଗାଁର ଚାଷୀମାନେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ କୀଟନାଶକ ଔଷଧ ତିଆରି କରୁଥିବା କଂପାନୀଗୁଡ଼ିକ ସହିତ ଆଇଏମ୍‌ଡିର ଅସାଧୁ ସଂପର୍କ ରହିଛି। ସେଥିପାଇଁ ଆଇଏମ୍‌ଡି ଭୁଲ୍ ପୂର୍ବାନୁମାନ କରୁଛି।

ପରଭନୀ ଗ୍ରାମୀଣ ଥାନାରେ ଗତ ମଙ୍ଗଳବାର ଏନେଇ ଏକ ଏତଲା ଦିଆଯାଇଛି। ଏଥିରେ କୁହାଯାଇଛି, ଆଇଏମ୍‌ଡିର ପୁନେ ଓ ମୁମ୍ବାଇର ଅଧିକାରୀମାନଙ୍କର କୀଟନାଶକ ପ୍ରସ୍ତୁତକାରୀ କଂପାନୀଗୁଡ଼ିକ ସହିତ ସଂପର୍କ ଅଛି। ସେଥିପାଇଁ କୃଷକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆଇଏମ୍‌ଡିର ପୂର୍ବାନୁମାନ ଉପରେ ଭରସା କରି ଚାଷୀମାନେ ଧାନ ବୁଣି ଥିଲେ। ଭଲ ବର୍ଷା ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷା ହେଲା ନାହିଁ। ପ୍ରଥମେ କିଛି ଦିନ ବର୍ଷା ହେଲା। ଆଉ ତା’ପରେ ବର୍ଷାର ଦେଖା ନାହିଁ।

ସ୍ୱାଭିମାନୀ ଶେତକାରୀ ସଂଗଠନର ମରାଠୱାଡ଼ା କ୍ଷେତ୍ରର ଅଧ୍ୟକ୍ଷ ମାନିକ କଦମ ଥାନରେ ଏହି ଏତଲା ଦେଇଛନ୍ତି। ସେ କହିଛନ୍ତି,“ଧାରା ୪୨୦ ଆଧାରରେ ଆଇଏମ୍‌ଡି ନିର୍ଦ୍ଦେଶକଙ୍କ ନାଁରେ ଠକେଇ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ୱରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଆଇଏମ୍‌ଡି ବିରୋଧରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ବର୍ଷା ନେଇ ଆଇଏମ୍‌ଡି ଭୁଲ୍ ପୂର୍ବାନୁମାନ କରୁଛି ବୋଲି ସେ ଅଭିଯୋଗ କରିଥିଲେ।



from OdishaReporter https://ift.tt/2MrP7Ea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages