
ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାରେ ଲାଲବାହିନୀର ତାଣ୍ଡବ। ଛତିଶଗଡ଼ର ଦାନ୍ତେଓ୍ୱାଡ଼ାର କମାଲୁର ଷ୍ଟେସନ୍ ନିକଟରେ ଏକ ରେଳ ଟ୍ରାକକୁ ନକ୍ସଲମାନେ ତାଡ଼ି ଦେଇଛନ୍ତି। ଏଥିପାଇଁ ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା। ତେବେ ତାହା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।
ସୂଚନା ଅନୁସାରେ, ଗତକାଲି ରାତିରେ ଏକ ପାସେଞ୍ଜର ଟ୍ରେନ୍ କମାଲୁରରୁ ଦାନ୍ତେଓ୍ୱାଡ଼ା ଯାଉଥିଲା। ଟ୍ରେନ୍ଟି ମନ୍ଥର ଗତିରେ ଚାଲୁଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।
from OdishaReporter https://ift.tt/2vP9sw5

No comments:
Post a Comment