
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସ ଭାରତୀୟ ହକି ଟିମ୍ର ଯାଦୁ ଅବ୍ୟାହତ ରହିଛି। ଆଜି ଭାରତ ଗ୍ରୁପ୍ ‘ଏ’ର ଏକ ମ୍ୟାଚ୍ରେ ଜାପାନକୁ ୮-୦ ଗୋଲ୍ରେ ପରାସ୍ତ କରି ନିଜର ବିଜୟ ଧାରା ଜାରି ରଖିଛି।
ଆଜିର ମ୍ୟାଚ୍ରେ ଭାରତ ପକ୍ଷରୁ ଦୀଲପ୍ରୀତ୍, ଏସ୍ଭି ସୁନୀଲ, ବିବେକ ସାଗର ଓ ଆକାଶଦୀପ ଗୋଟିଏ ଲେଖାଏ ଗୋଲ ଦେଇଥିବା ବେଳେ ରୁପିନ୍ଦରପାଲ ସିଂହ ଏବଂ ମନଦୀପ ଦୁଇଟି ଲେଖାଏ ଗୋଲ ଦେଇଛନ୍ତି।
ଏହାପୂର୍ବରୁ ଭାରତ ପ୍ରତିପକ୍ଷ ହଂକଂକୁ ରେକର୍ଡ ୨୬-୦ ଓ ବାଂଲାଦେଶକୁ ୧୭-୦ ଗୋଲରେ ପରାସ୍ତ କରିଥିଲା। ଆଜିର ୮ଟି ଗୋଲ୍ ପରେ ଭାରତ ଚଳିତ ଏସିଆନ୍ ଗେମ୍ସରେ ଏଯାଏ ୫୧ଟି ଗୋଲ୍ ଦେବାର ରେକର୍ଡ କରିଛି।
ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ପ୍ରତିପକ୍ଷ ଜାପାନ ଉପରେ ଚାପ ସୃଷ୍ଟି କରିଥିଲା। ଏଥିସହ ପ୍ରଥମାର୍ଦ୍ଧରେ ୩ଟି ଗୋଲ୍ ଦେବାରେ ସକ୍ଷମ ହୋଇଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜାପାନ୍ ଖେଳାଳିମାନେ ଭାରତ ଉପରେ ଘନଘନ ଆକ୍ରମଣ କରିଥିଲେ।
ତେବେ ସେମାନେ ଭାରତୀୟ ମିଡ୍ଫିଲ୍ଡ ଓ ଫରୱାର୍ଡଙ୍କୁ ଭେଦ କରିବା ଜାପାନ୍ ଖେଳାଳିଙ୍କ ପାଇଁ ସମ୍ଭବପର ହୋଇ ନଥିଲା। ଶେଷରେ ଭାରତ ମ୍ୟାଚ୍ଟିକୁ ୮-୦ରେ ଜିତି ଗ୍ରୁପ୍ ଶୀର୍ଷରେ ପହଞ୍ଚି ଯାଇଛି।
from Odisha Reporter https://ift.tt/2wa8b3I
No comments:
Post a Comment