
ଜାକର୍ତ୍ତା: ଜାପାନର ମହିଳା ସ୍ୱିମର୍ ରିକାକୋ ଇକିଙ୍କ ବୟସ ମାତ୍ର ୧୮। କିନ୍ତୁ ଏହି ବୟସରେ ସେ ସୃଷ୍ଟି କରିଛନ୍ତି ରେକର୍ଡର ପାହାଡ଼ ।
ଏସିଆନ୍ ଗେମ୍ସର ୧୮ତମ ସଂସ୍କରଣରେ ରିକାକୋ ଏକାକୀ ୬ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏସିଆର ପ୍ରଥମ ସ୍ୱିମର୍ ଭାବେ ସେ କୌଣସି ଏକ ସଂସ୍କରଣରେ ସର୍ବାଧିକ ସ୍ୱର୍ଣ୍ଣ ଜିତିବାର ନୂଆ ରେକର୍ଡ କରିଛନ୍ତି।
ଶୁକ୍ରବାର ଷଷ୍ଠ ଦିବସରେ ରିକୋକୋ ୫୦ ମିଟର୍ ଫ୍ରିଷ୍ଟାଇଲ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ବ୍ୟକ୍ତିଗତ ଭାବେ ତାଙ୍କର ୬ଷ୍ଠ ସ୍ୱର୍ଣ୍ଣ। ରିକାକୋ ମାତ୍ର ୨୫.୦୯ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ ।

ଏହା ପୂର୍ବରୁ ସେ ଚଳିତ ଏସିଆନ୍ ଗେମ୍ସର ୫୦ ମିଟର୍ ବଟରଫ୍ଲାଏ, ୧୦୦ ମିଟର୍ ବଟରଫ୍ଲାଏ, ୧୦୦ ମିଟର୍ ଫ୍ରିଷ୍ଟାଇଲ୍, ୪x୧୦୦ ମିଟର୍ ଫ୍ରିଷ୍ଟାଇଲ୍ ଏବଂ ୪x୧୦୦ ମିଟର୍ ମେଡ୍ଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
୨୦୨୦ରେ ଜାପାନର ଟୋକିଓର ଅଲିମ୍ପିକ୍ସ ହେବାକୁ ଥିବାରୁ ରିକାକୋ ନିଜ ଘରୋଇ ପରିବେଶରେ ଆହୁରି ଅଧିକ ରେକର୍ଡ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି।

ରେକର୍ଡର ଅଧିକାରୀ ହେବା ପରେ ରିକାକୋ କହିଛନ୍ତି, “ମୁଁ କେବେବି ହାରିବାକୁ ପସନ୍ଦ କରେ ନାହିଁ । ଜିତିବା ପାଇଁ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରାଣପଣେ ପ୍ରୟାସ କରେ।“
ରିକାକୋ ଏହା ପୂର୍ବରୁ ୫୦ ମିଟର୍ ଫ୍ରିଷ୍ଟାଇଲ୍, ୧୦୦ ମିଟର୍ ବଟରଫ୍ଲାଏରେ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ବେଳେ ୫୦ ମିଟର୍ ବଟରଫ୍ଲାଏ ଓ ୫୦ ମିଟର୍ ଫ୍ରିଷ୍ଟାଇଲ୍ୟରେ ଜୁନିୟର ବିଶ୍ୱ ରେକର୍ଡ ସ୍ଥାପନ କରିସାରିଛନ୍ତି ।

from Odisha Reporter https://ift.tt/2wqQ7BP
No comments:
Post a Comment