
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆଜି ବାନ୍ଦିପୋରା ଏନ୍କାଉଣ୍ଟର୍ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକେ-୪୭ ଓ ବିପୁଳ ବିସ୍ଫୋରକ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ହାଜିନ୍ର ପ୍ୟାରୀ ମୋହଲାରେ ସେନାର ଏକ ପ୍ୟାଟ୍ରୋଲିଂ ଗାଡ଼ି ଉପରକୁ ଅତର୍କିତ ଗୁଳିମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯାଇ ଆତଙ୍କବାଦୀଙ୍କୁ ମୁକାବିଲା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ବେଳେସେମାନଙ୍କର ଆଉ କେତେଜଣ ସହଯୋଗୀ ସେଠାରେ ଲୁଚି ରହିଥିବା ଜମ୍ମୁ-କଶ୍ମୀର ପୁଲିସ୍ ପକ୍ଷରୁ କୁହାଯାଇଛି।
ଗତକାଲି ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ହିଜବୁଲ୍ ମୁଜାହିଦ୍ଦିନର ଟପ୍ କମାଣ୍ଡର ଅଲତାଫ୍ ଓ ତା’ ସହଯୋଗୀର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2oorodK
No comments:
Post a Comment