
ସାମଥାମ୍ପଟନ୍: ସାଉଥାମ୍ପଟନ୍ର ରୋଜ୍ ବାଉଲ୍ ୪ର୍ଥ ଟେଷ୍ଟ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲିଶ ଟିମ୍କୁ ତୃତୀୟ ଓଭରରେ ହିଁ ଜବରଦସ୍ତ ଝଟ୍କା ଲାଗିଛି। ଭାରତର ସ୍ପିଡ୍ଷ୍ଟର ଯଶପ୍ରୀତ ବୁମରା ତାଙ୍କ ଦ୍ୱିତୀୟ ଓଭରର ପ୍ରଥମ ବଲ୍ରେ ହିଁ ଓପନ୍ର ଜେନିଙ୍ଗ୍ସଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇ ଦେଇଛନ୍ତି। ସେହିପରି ୮ମ ଓଭରରେ ଅଧିନାୟକ ଜୋ ରୁଟ୍(୪)ଙ୍କୁ ଏଲ୍ବିଡବ୍ଲ୍ୟୁ କରି ଇଶାନ୍ତ ଶର୍ମା ଇଂଲଣ୍ଡକୁ ଦ୍ୱିତୀୟ ଝଟ୍କା ଦେଇଛନ୍ତି।
ଶେଷ ଖବର ସୁଦ୍ଧା ଇଂଲଣ୍ଡ ୮ ଓଭରରେ ୨ଟି ୱିକେଟ୍ ହରାଇ ୧୭ ରନ୍ ସଂଗ୍ରହ କରିଛି। ଆଲିଷ୍ଟର୍ କୁକ୍ ୧୦ ରନ୍ କରିଥିବା ବେଳେ ଜନ୍ନି ବେୟାରୋଷ୍ଟ ୧ ରନ୍ କରି ଅପରାଜିତ ରହିଛନ୍ତି।
୪ର୍ଥ ଟେଷ୍ଟ୍ ପାଇଁ ଟିମ୍ ଇଂଲଣ୍ଡ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିବା ବେଳେ ଭାରତ ପୂର୍ବ ମ୍ୟାଚ୍ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଅର୍ଥାତ ଟିମ୍ ଇଣ୍ଡିଆ ଅନ୍ଚେଞ୍ଜଡ୍ ରହିଛି। ଭାରତୀୟ ଟିମ୍ର ଅଧିନାୟକ ହେବା ପରେ ବିରାଟ୍ କୋହଲି ପ୍ରତିଟି ଟେଷ୍ଟ୍ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରୁଥିଲେ। କିନ୍ତୁ ଦୀର୍ଘ ୩୮ଟି ମ୍ୟାଚ୍ ପରେ ବିରାଟ୍ ଏଥର କୌଣସି ପରିବର୍ତ୍ତନ କରିନାହାନ୍ତି।
ଆହତ ସମସ୍ୟା ଯୋଗୁ ଟିମ୍ ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍ ୱକ୍ସଙ୍କ ସ୍ଥାନରେ ମୋଇନ୍ ଅଲ୍ଲୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିବା ବେଳେ ନବାଗତ ଓଲି ପୋପ୍ଙ୍କ ସ୍ଥାନରେ ସାମ କରାନ୍ଙ୍କୁ ନେଇଛି।
୫ ଟିକିଆ ସିରିଜ୍ରେ ଟିମ୍ ଇଣ୍ଡିଆ ୧-୨ ସ୍ଥିତିରେ ରହିଛି। ଏହି ମ୍ୟାଚ୍ଟିକୁ ଜିତି ସିରିଜ୍ ବାରାବର କରିବାକୁ ବିରାଟ୍ ଆଣ୍ଡ କୋ ଲକ୍ଷ୍ୟ ରଖିଛନ୍ତି। ତେବେ ତୃତୀୟ ଟେଷ୍ଟ୍ରେ ୨୦୩ ରନ୍ ବୃହତ ବ୍ୟବଧାନରେ ପରାସ୍ତ ହୋଇଥିବା ଜୋ ରୁଟ୍ଙ୍କ ଇଂଲଣ୍ଡ ଭାରତକୁ ୪ର୍ଥ ଟେଷ୍ଟ୍ରେ ହରାଇ ସିରିଜ୍ କବଜା ଲକ୍ଷ୍ୟରେ ରହିବ।
from Odisha Reporter https://ift.tt/2NBQXmI
No comments:
Post a Comment