ମନ୍ତ୍ରିପରିଷଦ ନିରବ, କିନ୍ତୁ ବଜେଟ୍‌ ତଥ୍ୟକୁ ବୁଲି ବୁଲି ବାଣ୍ଟିଦେଲେ ବିଜେଡି ଜାତୀୟ ମୁଖପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ମନ୍ତ୍ରିପରିଷଦ ନିରବ, କିନ୍ତୁ ବଜେଟ୍‌ ତଥ୍ୟକୁ ବୁଲି ବୁଲି ବାଣ୍ଟିଦେଲେ ବିଜେଡି ଜାତୀୟ ମୁଖପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦ ଆଜି ଅନୁମୋଦନ କରିଥିବାବେଳେ ଏହାର ଗୋପନୀୟତା ଦିଗକୁ ନେଇ ଉଠିଛି ପ୍ରଶ୍ନ। ଚିଠା ବଜେଟ୍ର ପରିମାଣକୁ ନେଇ ସରକାରୀ ଭାବେ କିଛି କୁହାଯାଇ ନଥିବା ବେଳେ ବିଜେଡିର ଜାତୀୟ ମୁଖପାତ୍ର ଗିରିଧର ମହାନ୍ତି ଏକ ଟ୍ୱିଟ୍ ମାଧ୍ୟମରେ ଜାରି କରିଥିବା ପ୍ରେସ୍ ରିଲିଜରେ ଚିଠା ବଜେଟର ପରିମାଣ ଓ ତତସଂଲଗ୍ନ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

ମନ୍ତ୍ରିପରିଷଦ ବୈଠକରେ ସାମିଲ ଥିବା ମନ୍ତ୍ରୀମାନେ ଚିଠା ବଜେଟ୍ ପରିମାଣକୁ ନେଇ ନିରବତା ଅବଲମ୍ବନ କରିଥିବାବେଳେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କିଭଳି ଏହି ବଜେଟ୍ ପରିମାଣକୁ ସାର୍ବଜନୀନ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ ବିଜେଡି ଜାତୀୟ ମୁଖପାତ୍ର ଶ୍ରୀ ମହାନ୍ତି ଟ୍ୱିଟ୍ ମାଧ୍ୟମରେ ଜାରି କରିଥିବା ଦଳୀୟ ପ୍ରେସ୍ ରିଲିଜରେ “୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା କ୍ୟାବିନେଟ୍(?) ୧୨୭୬୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପାଣ୍ଠିବରାଦ ହୋଇଛି।”

ଶ୍ରୀ ମହାନ୍ତି ନିଜର ଏହି ଟ୍ୱିଟକୁ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍ ସମେତ ବିଜେଡି ଓଡ଼ିଶା, ଏଏନ୍ଆଇ, ଏନଡିଟିଭି ପ୍ରଫିଟ୍, ସିଏନ୍ଏନ ନ୍ନ୍ୟୁଜ୍୧୮, ଏବିପି ନ୍ୟୁଜ ହିନ୍ଦି,ଏଚ୍ ଟି, ଟାଇମ୍ସ ନାଓ, ଟାଇମ୍ସ ଅଫ ଇଣ୍ଡିଆ, ଆଜତକ୍ ଓ ଦି ୱାୟାର ଭଳି ଗଣମାଧ୍ୟମ ସଂସ୍ଥା ସହ ଶେୟାର କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ମନ୍ତ୍ରିପରିଷଦ ବୈଠକରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟ ସଚିବ ଓ ଅର୍ଥ ସଚିବ ପର୍ଯ୍ୟନ୍ତ ସମସ୍ତେ ସରକାରୀ ଭାବେ ବଜେଟର ପରିମାଣକୁ ନେଇ ନିରବତା ଅବଲମ୍ବନ କରିଥିବାବେଳେ ବିଜେଡି ମୁଖପାତ୍ର କିଭଳି ଏହି ପରିମାଣ ଜାଣିଲେ?

ଶାସକ ଦଳର ଜାତୀୟ ମୁଖପାତ୍ର ଶ୍ରୀ ମହାନ୍ତିଙ୍କୁ ଏହି ବଜେଟ୍ ପରିମାଣ କିଏ ଜଣାଇଲା ଓ କାହା ନିର୍ଦ୍ଦେଶରେ ସେ ଗଣମାଧ୍ୟମ ସହ ବଜେଟ୍ ପରିମାଣ ଭଳି ଗୋପନୀୟ ତଥ୍ୟ ଶେୟାର କଲେ? ସରକାରଙ୍କ ମନ୍ତ୍ରୀମାନେ ବଜେଟ୍ ଗୋପନୀୟତା ଆଳ ଦେଖାଇ ତା’ର ପରିମାଣକୁ ସାର୍ବଜନୀନ କରୁନଥିବାବେଳେ ଦଳୀୟ ମୁଖପାତ୍ର ଶ୍ରୀ ମହାନ୍ତି ଆନୁଷ୍ଠାନିକ ଭାବେ ବଜେଟ୍ ପରିମାଣକୁ ଗଣମାଧ୍ୟମକୁ ଜଣାଇ କ’ଣ ପ୍ରମାଣ କରିବାକୁ ଚାହିଁଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି।

ଅପରପକ୍ଷରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ” ବଜେଟ୍ ହେଉଛି ଏକ ଅତ୍ୟନ୍ତ ଗୋପନୀୟ ଦସ୍ତାବିଜ। ଏହା ବିଧାନସଭା କିମ୍ବା ସଂସଦରେ ଉପସ୍ଥାପିତ ନହେବା ପର୍ଯ୍ୟନ୍ତ ତାହା ଗଣମାଧ୍ୟମ କିମ୍ବା ସାଧାରଣ ଲୋକ ଜାଣିବା କଥା ନୁହେଁ । ସରକାରରେ ଥିବା ନେତା ଓ ଅଫିସରମାନେ ଏନେଇ ଯଥେଷ୍ଟ ସତର୍କତା ଅବଲମ୍ବନ କରିଥାନ୍ତି।

“ଯଦି ବିଜେଡି ମୁଖପାତ୍ର ଏହି ତଥ୍ୟକୁ ଗଣମାଧ୍ୟମକୁ ସାର୍ବଜନୀନ କରାଇଛନ୍ତି ତା’ହେଲେ ଏହାଠୁ ବଳି ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ।”



from Odisha Reporter https://ift.tt/2w7gugC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages