ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଲେ ଦଶମ ଶ୍ରେଣୀ ଛାତ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଲେ ଦଶମ ଶ୍ରେଣୀ ଛାତ୍ର!

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ପାଠ ପଢ଼ା ବୟସର ପିଲାଏ ଏବେ ବନ୍ଧୁକ ଧରିଲେଣି। କଥା କଥାକେ ଗୁଳି ମଧ୍ୟ ଚଳାଉଛନ୍ତି। ଜଣେ ଛାତ୍ର ନିଜ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇବା ଶୁଣିଲେ, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।

ଆଜ୍ଞା ହଁ, ଘଟଣାଟି ସତ। ଉତ୍ତରପ୍ରଦେଶ ବିଜ୍‌ନର୍‌ ଜିଲ୍ଲାର ଏକ ସ୍କୁଲରେ ଘଟିଛି ଏମିତି ଅଘଟଣ। ସ୍କୁଲ୍‌ର ଜଣେ ଦଶମ ଶ୍ରେଣୀ ଛାତ୍ର ନିଜ ପ୍ରିନ୍‌ସିପାଲ୍‌ଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଛି। ଆଉ ଗୁଳି ଚଳାଇବାର କାରଣ ଜାଣିଲେ, ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।

ଗୁଳି ଚଳାଇଥିବା ଛାତ୍ର ଜଣଙ୍କ ନିଜ ଉଗ୍ର ସ୍ୱଭାବ ପାଇଁ ସ୍କୁଲ୍‌ରେ ଚର୍ଚ୍ଚିତ ଥିଲା। ସାଥି ଓ ସହପାଠୀମାନଙ୍କୁ ସେ ପ୍ରାୟ ପ୍ରତିଦିନ ମାରପିଟ୍‌ କରୁଥିଲା। ଏହି କାରଣରୁ ସଂପୃକ୍ତ ଛାତ୍ର ବିରୋଧରେ ପ୍ରିନ୍‌ସିପାଲ୍‌ଙ୍କ ପାଖରେ ବହୁତ ଅଭିଯୋଗ ମଧ୍ୟ ପହଞ୍ଚିଥିଲା। ତେବେ ବାରମ୍ବାର ଚେତାବନୀ ସତ୍ୱେ ଛାତ୍ରଟି ନିଜ ସ୍ୱଭାବ ନବଦଳାଇବାରୁ ପ୍ରିନ୍‌ସିପାଲ୍‌ ତାକୁ ସ୍କୁଲ୍‌ରୁ ବହିଷ୍କାର କରି ଦେଇଥିଲେ।

ବହିଷ୍କୃତ ହେବା ପରେ ସଂପୃକ୍ତ ଛାତ୍ର ନିଜ ଭୁଲ୍‌ ପାଇଁ କ୍ଷମା ମାଗିବା ସହ ସ୍କୁଲ୍‌ର ପୁଣି ପାଠ ପଢିବାକୁ ଅନୁମତି ମାଗିଥିଲା। କିନ୍ତୁ ପ୍ରିନ୍‌ସିପାଲ୍‌ ତାକୁ ରୋକଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଛାତ୍ର ନିଜ ଆଣିଥିବା ଏକ ପିସ୍ତଲ୍‌ରୁ ପ୍ରିନ୍‌ସିପାଲ୍‌ଙ୍କ ଉପରକୁ ଗୁଳି ଚଳାଇଥିଲା।

ସୌଭାଗ୍ୟବଶତଃ, ଏହି ଗୁଳି ପ୍ରିନ୍‌ସିପାଲ୍‌ଙ୍କ ଦେହରେ ବାଜି ନଥିଲା ଏବଂ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2ouvfGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages