ଆଥଲେଟିକ୍ସରେ ଭାରତକୁ ପୁଣି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଆଥଲେଟିକ୍ସରେ ଭାରତକୁ ପୁଣି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ଜାକର୍ତ୍ତା: ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍‌ ଗେମ୍ସ୍‌ର ଆଥଲେଟିକ୍ସରେ ଭାରତୀୟ ଆଥଲେଟ୍‌ମାନେ ଗୋଟିଏ ପରେ ଗୋଟିଏ ପଦକ ଜିତି ଚାଲିଛନ୍ତି। ମହିଳା ୪x୪୦୦ ମିଟର୍‌ ରିଲେ ଟ୍ରାକ୍‌ ଇଭେଣ୍ଟ୍‌ରେ ଭାରତକୁ ତ୍ରୟୋଦଶ ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ପୁରୁଷ ୪x୪୦୦ ମିଟ୍‌ର ରିଲେରେ ଭାରତକୁ ରୌପ୍ୟ ପଦକ ମିଳିଛି।

ହୀମା ଦାସ, ସରିତାବେନ୍‌ ଲକ୍ଷ୍ମଣଭାଇ ଗାଏକ୍ୱାଏଡ୍‌, ପୋଭାମ୍ମା ରାଜୁ ଓ ଭିସ୍ମୟ ଭେଲ୍ଲୁଭା କୋରଥଙ୍କୁ ନେଇ ଗଠିତ ଭାରତୀୟ ଟିମ୍‌ ମାତ୍ର ୩ ମିନିଟ୍‌ ୨୮.୭୨ ସେକେଣ୍ଡ୍‌ରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଦେଶ ପାଇଁ ଏହି ଇଭେଣ୍ଟ୍‌ରେ କ୍ରମାଗତ ୫ ଥର ପାଇଁ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ବାହାରିନ୍‌ ରୌପ୍ୟ ପଦକ ଜିତିଥିବା ବେଳେ ଭିଏତନାମମ୍‌କୁ ବ୍ରୋଞ୍ଜ ପଦକ ମିଳିଛି।

ଅନ୍ୟପକ୍ଷରେ ଧାରୁନ ଆୟାସାମୀ, ରାଜୀବ ଆରୋକିୟା, ମହମ୍ମଦ ଅନସ୍‌ ଓ କୁନୁ ମହମ୍ମଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଟିମ୍‌ ୩ ମିନିଟ୍‌ ୧.୮୫ ସେକେଣ୍ଡ୍‌ରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି।

ଏହି ଇଭେଣ୍ଟ୍‌ରେ କାତାର୍‌ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନ୍‌ ବ୍ରୋଞ୍ଜ୍‌ ପଦକ ପାଇଛି।

ଚଳିତ ଏସିଆନ୍‌ ଗେମ୍ସରେ ଭାରତ ୧୩ଟି ସ୍ୱର୍ଣ୍ଣ ଜିତିଥିବା ବେଳେ କେବଳ ଆଥଲେଟିକ୍ସରୁ ହିଁ ୭ଟି ସୁନା ପଦକ ଆସିଛି।

ଏବେ ଭାରତର ପଦକ ସଂଖ୍ୟା ୫୯ରେ ପହଞ୍ଚିଛି। ଏଥିରେ ୧୩ ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୨୫ଟି ବ୍ରୋଞ୍ଜ୍‌ ପଦକ ରହିଛି।

 



from Odisha Reporter https://ift.tt/2Nx5RdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages