ଦକ୍ଷିଣ ଓଡ଼ିଶା, କଳାହାଣ୍ଡିରେ ତାଣ୍ଡବ ରଚିଲା ଲଗାଣ ବର୍ଷା, ନେଲା ଦୁଇ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଦକ୍ଷିଣ ଓଡ଼ିଶା, କଳାହାଣ୍ଡିରେ ତାଣ୍ଡବ ରଚିଲା ଲଗାଣ ବର୍ଷା, ନେଲା ଦୁଇ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ତାଣ୍ଡବ ରଚିଛି। ୨୪ ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ସଙ୍ଗିନ ହୋଇଛି।

ବହୁ ସ୍ଥାନରେ ନଈ, ନାଳ ଉଛୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଟ୍ରେନ୍‌ ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ବର୍ଷା ଯୋଗୁ ୨ ଜଣଙ୍କ ଜୀବନ ମଧ୍ୟ ଯାଇଛି।

ବୋରିଗୁମ୍ମାରେ ବନ୍ୟା ପାଣିର ସୁଅରେ ଏକ ଟ୍ରାକ୍ଟର ଭାସି ଯାଇଥିଲା। ମାତ୍ର ସୌଭ୍ୟଗ୍ୟବଶତଃ ସେଥିରେ ଥିବା ଡ୍ରାଇଭର ଓ ଶ୍ରମିକଙ୍କ ଜୀବନ ବର୍ତ୍ତି ଯାଇଛି। ସେମାନେ ପହଁରି ପହଁରି ରକ୍ଷା ପାଇଯାଇଥିଲେ।

ସେହିପରି ଭବାନୀପାଟଣା ସହର ଉପକଣ୍ଠ ପିପଲ ନାଳରେ ହଠାତ୍‌ ମାଡ଼ି ଆସିଛି ବର୍ଷାଜନିତ ବନ୍ୟା ପାଣି। ଜଳେଶ୍ୱର ଶିବ ମନ୍ଦିର ଚାରିପାଖେ ସୁଅ କାଟି ବହି ଯାଉଛି ପାଣି। ଏହାଛଡ଼ା ଜୁନାଗଡ଼ ଓ ଧର୍ମଗଡ଼ ସହରର କିଛି ୱାର୍ଡରେ ବର୍ଷାଜଳ ପ୍ରବେଶ କରିଛି। ଫଳରେ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି ସ୍ଥାନୀୟ ଲୋକେ।

ରାୟଗଡ଼ାରେ ବଂଶଧାରା ନଦୀ ଉଛୁଳିବାରୁ ରାଣୀପିଣ୍ଡାରେ ରାସ୍ତା ଉପରେ ଚାଲୁଛି ୨ ଫୁଟରୁ ଅଧିକ ଉଚ୍ଚର ପାଣି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି। ରାୟଗଡାରୁ କଳାହାଣ୍ଡି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ବର୍ଷକ ତଳେ କଲ୍ୟାଣସିଂହପୁର ବାସୀଙ୍କୁ କରାଳ ରୂପ ଦେଖାଇଥିବା ନାଗାବଳୀ ଓ କଲ୍ୟାଣୀ ନଦୀର ଜଳସ୍ତର ମଧ୍ୟ ବଢୁଛି। ବର୍ଷା  ଯୋଗୁ ଧମୁନିପାଙ୍ଗା, କୁଲୁମୁଇଁ, ଶୁନଖଣ୍ଡି ଓ ଅଲଜିନିଗୁଡାରେ ୧୦ଟି ଘର ଭାଙ୍ଗିଯାଇଥିବା ବେଳେ କୁଲମୁଇଁ ଓ ପୁଜାରିଗୁଡା ପଞ୍ଚାୟତରେ ଶହ ଶହ ହେକ୍ଟର ଧାନ ଜମିରେ ଚାଷ ନଷ୍ଟ ହୋଇଯାଇଛି।

ବର୍ଷା ପରେ ବହୁ ସ୍ଥାନରେ ଧସୁଛି ପାହାଡ଼। ରାଣୀଗଡ଼-କୋରାପୁଟ ରାସ୍ତାରେ ମାଟି ଅତଡା ଧସିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲକ୍ଷ୍ମୀପୁରର ତୟାପୁଟ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଧସି ରେଳ ଧାରଣା ଉପରେ ପଡିବାରୁ ରାୟଗଡ଼ା-କୋରାପୁଟ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।

ସେହିପରି ନର୍ଲା-ରୂପ୍ରା ରୋଡ୍ ମଧ୍ୟରେ ରେଲ୍‌ୱେ ବ୍ରିଜ୍ର ଟ୍ରାକ୍‌ ଧୋଇ ଯିବାରୁ ଟିଟିଲାଗଡ଼-ରାୟଗଡ଼ା ଏକ୍ସଟେନ୍‌ସନ୍‌ ଟ୍ରେନ୍‌ ଚଳାଚଳ ଠପ୍ ହୋଇଯାଇଛି।

ଲଗାଣ ବର୍ଷା ବିତ୍ପାତ ନେଇ ଡେପୁଟୀ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି-“ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ଗତ ୨୪ ଘଣ୍ଟା ଭିତରେ ୧୩୯ ମିମି ବର୍ଷା ହୋଇଛି।

ଶ୍ରୀ ମହାପାତ୍ର କହିଛନ୍ତି, “କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଉଦ୍ଧାର ଓ ଥଇଥାନ ପାଇଁ କଲାହାଣ୍ଡିକୁ ୨ଟି ଓଡ୍ରାଫ୍‌ ଟିମ୍‌ ଯାଉଛି। ପ୍ରଭାବିତ ଅଞ୍ଚଳରେ ମାଗଣା ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି। କୋରାପୁଟ ଓ କଳାହାଣ୍ଡିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।”



from OdishaReporter https://ift.tt/2vIev28

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages