ବର୍ଷା ଯୋଗୁ ଏହିସବୁ ଟ୍ରେନ୍‌ ବାତିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ବର୍ଷା ଯୋଗୁ ଏହିସବୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ୍‌ ମଧ୍ୟରେ ଟ୍ରାକ୍‌ ଓ ବ୍ରିଜ୍‌ ଧୋଇଯାଇଛି। ତେଣୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ୍‌ ହୋଇଥିବା ବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳା ଯାଇଛି।

ରେଳ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର-କୋରାପୁଟ, ଜୁନାଗଡ଼-ଲାଞ୍ଜିଗଡ଼ ପାସେଞ୍ଜର୍‌, ସମ୍ବଲପୁର-ଜୁନାଗଡ଼, ରାୟପୁର-କେସିଙ୍ଗା ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ସେହିପରି ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌, ଜଗଦଲ୍‌ପୁର ଦୁର୍ଗ୍‌ ଏକ୍ସପ୍ରେସ୍‌, ସମ୍ବଲପୁର-ବାଂଶୱାଡ଼ି (ବେଙ୍ଗଲୁରୁ) ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ୍‌ କରାଯାଇଛି।

କୋରାପୁଟ-ରାଉରକେଲା, ବିଶାଖାପାଟଣା- ଦୁର୍ଗ୍‌ ପାସେଞ୍ଜର୍‌, ଦୁର୍ଗ୍‌-ବିଶାଖାପାଟଣା ଓ ବିଶାଖାପାଟଣା-ରାୟପୁର ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ସେହିପରି ସମ୍ବଲପୁର-କୋରାପୁଟ, ସମ୍ବଲପୁର-ଜୁନାଗଡ଼ ପାସେଞ୍ଜର୍‌, କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ ହୋଇଛି। ଧାନବାଦ୍‌-ଆଲେପି ଏକ୍ସପ୍ରେସ୍‌ ସମ୍ବଲପୁର-ଅନୁଗୋଳ-ଖୋର୍ଦ୍ଧା ରୁଟ୍‌ ଦେଇ ଯିବ।

୯ଟି ଟ୍ରେନ୍‌ ଆଶିଂକ ବାତିଲ ହୋଇଥିବା ବେଳେ ୪ଟି ଟ୍ରେନର ଗତିପଥ ପରିବର୍ତ୍ତିତ ହୋଇଛି।



from OdishaReporter https://ift.tt/2KWq7TV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages