ଗଙ୍ଗାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ପାଳିତ କନ୍ୟା ନମିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଗଙ୍ଗାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ପାଳିତ କନ୍ୟା ନମିତା

atal-bihari-vajpayee

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ସାରା ଦେଶରେ ୧୬୩ଟି ନଦୀରେ ତାଙ୍କ ଅସ୍ଥି ବିସର୍ଜ୍ଜନ କରାଯିବ।

ଆଜି ସକାଳେ ହରିଦ୍ୱାରରେ ଗଙ୍ଗାନଦୀରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଆଜି ସକାଳେ ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ।

ବାଜପେୟୀଜୀ ଆଜୀବନ ଅବିବାହିତ ଥିଲେ। ୭୦ ଦଶକରେ ସେ ନମିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ।

ନମିତା କିଏ ?

ବାଜପେୟୀଜୀଙ୍କ ପାଳିତ କନ୍ୟା ହେଲେ ନମିତା। ଗ୍ୱାଲିୟରର ଭିକ୍ଟୋରିଆ କଲେଜରେ ବାଜପେୟୀଜୀ ପଢ଼ିବା ସମୟରେ ତାଙ୍କ ସହପାଠୀ ଥିବା ରାଜକୁମାରୀ କୌଲଙ୍କ ଝିଅ ହେଉଛନ୍ତି ନମିତା। ରାଜକୁମାରୀଙ୍କ ସହ ବାଜପେୟୀଜୀଙ୍କର ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା।

ରାଜକୁମାରୀ କୌଲଙ୍କ ପତି ନାରାୟଣ କୌଲଙ୍କ ପରଲୋକ ପରେ ବାଜପେୟୀଜୀ କୌଲ ପରିବାର ଅଭିନ୍ନ ଅଙ୍ଗ ହୋଇଯାଇଥିଲେ। ଶେଷରେ ୭୦ଦଶକ ବେଳକୁ ସେ ନମିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ।



from Odisha Reporter https://ift.tt/2wlptKH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages