ପ୍ରେମିକାଙ୍କୁ ମନାଇବା ପାଇଁ ଯୁବକ ଲଗାଇଲେ ୩୦୦ରୁ ଅଧିକ ହୋର୍ଡିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ପ୍ରେମିକାଙ୍କୁ ମନାଇବା ପାଇଁ ଯୁବକ ଲଗାଇଲେ ୩୦୦ରୁ ଅଧିକ ହୋର୍ଡିଂ

true-love

ପୁଣେ (ଓଡ଼ିଶା ରିପୋର୍ଟର୍‌): ଭୁଲ୍ ତାଙ୍କର ଥିଲା, ଏହାକୁ ନେଇ ଗାର୍ଲ୍‌ଫ୍ରେଣ୍ଡ୍‌ଙ୍କ ସହ ଝଗଡ଼ା ହୋଇଥିଲା। ତେବେ ଗାର୍ଲ୍‌ଫ୍ରେଣ୍ଡ୍‌ ଏମିତି ବିଗିଡ଼ି ଯାଇଥିଲେ ଯେ ଆଉ କଥାବର୍ତ୍ତାର ନାଁ ଗନ୍ଧ ବି ଧରୁନଥିଲେ। କିନ୍ତୁ ପ୍ରେମିକାଙ୍କୁ ମିସ୍ କରିବା ମୁଡ୍‌ରେ ନଥିଲେ ପ୍ରେମିକ। ଖାସ୍ ଗାର୍ଲ୍‌ଫ୍ରେଣ୍ଡ୍‌ଙ୍କ ମାନଭଞ୍ଜନ ପାଇଁ ତାଙ୍କ ଆସିବା ରାସ୍ତାର ପ୍ରମୁଖ ଟ୍ରାଫିକ୍ ପୋଷ୍ଟ୍‌ ପାଖରେ ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର୍‌ ମାରି ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଶୁକ୍ରବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଏପରି ନିଆରା ହୋର୍ଡିଂ ଓ ପୋଷ୍ଟର୍ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହୋର୍ଡିଂ ଓ ପୋଷ୍ଟର୍‌ରେ ଲେଖାଥିଲା ,” (ଲାଲ୍‌ ରଙ୍ଗର ଏକ ହାର୍ଟ ଚିତ୍ର ସହ ଝିଅର ନାଁ), ଆଇ ଆମ୍ ସରି”।

ପ୍ରେମିକଙ୍କ ଏପରି ଅଭିନବ ଢଙ୍ଗରେ କ୍ଷମା ପ୍ରାର୍ଥନା କିନ୍ତୁ ସ୍ଥାନୀୟ ପୁଲିସ୍‌କୁ ଅଡ଼ୁଆରେ ପକାଇ ଥିଲା। ସଂପୃକ୍ତ ପ୍ରେମିକ ଓ ତାଙ୍କ ସହଯୋଗୀଙ୍କୁ ଠାବ କରାଯିବା ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପୁଲିସ୍ ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।

ଏବେ ଆପଣ ଭାବୁଥିବେ, ଘଟଣାଟି କେଉଁଠାର ?

ପୁଣେର ପିମ୍ପ୍ରି ଚିଞ୍ଚ୍‌ୱାଡ୍‌ ସହରର ଏକ ମାର୍କେଟ୍‌ ଅଞ୍ଚଳରେ ଏପରି ଘଟିଛି। ସେଠାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବ ବ୍ୟବସାୟୀ, ନିଲେଶ୍‌ ଖେଡେକର୍ ନିଜ ଗାର୍ଲ୍‌ଫ୍ରେଣ୍ଡ୍‌ଙ୍କୁ ମନାଇବା ପାଇଁ ସେହି ଅଞ୍ଚଳର ପ୍ରମୁଖ ଟ୍ରାଫିକ୍ ପୋଷ୍ଟ୍‌ ନିକଟରେ ” (ଲାଲ୍‌ ରଙ୍ଗର ଏକ ହାର୍ଟ ଚିତ୍ର ସହ ଝିଅର ନାଁ), ଆଇ ଆମ୍ ସରି” ଲେଖାଥିବା ପ୍ରାୟ ୩୦୦ ହୋର୍ଡିଂ ଓ ପୋଷ୍ଟର୍ ମାରିଥିଲେ।

ତେବେ ସ୍ଥାନୀୟ ଲୋକେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରିଥିଲେ।

ପୁଲିସର କହିବା ଅନୁସାରେ, ଶୁକ୍ରବାର ପ୍ରେମିକା ସେହି ସ୍ଥାନକୁ ଆସୁଥିବାରୁ, ଗାର୍ଲ୍‌ଫ୍ରେଣ୍ଡ୍‌ଙ୍କ ଦୃଷ୍ଟିରେ ପଡ଼ିବା ଭଳି ତାଙ୍କ ଆସିବା ରାସ୍ତାରେ ନିଲେଶ୍‌ ହୋର୍ଡିଂ ଓ ପୋଷ୍ଟର୍‌ ଛାଇ କରି ଦେଇଥିଲେ। ବୁଧବାର ଓ ଗୁରୁବାର ବିଳମ୍ବିତ ରାତିରେ ଏପରି ହୋର୍ଡିଂ ମରାଯାଇଥିଲା। ଅଭିଯୁକ୍ତ ନିଲେଶ୍ ଓ ତାଙ୍କ ସାଥିଙ୍କୁ ଟ୍ରାକ୍ କରାଯିବା ପରେ ପୁଲିସ୍ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।

ତେବେ ପୁଲିସ୍ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ନିଲେଶ୍‌ଙ୍କ ଏପରି ଅଭିନବ ଢଙ୍ଗ ଏବେ ସୋଶାଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।



from Odisha Reporter https://ift.tt/2Mzn4G7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages