ବିମାନରେ ଅଭଦ୍ରାମୀ: ଏ ପିଲା କାନ୍ଦ ବନ୍ଦ କର, ନଚେତ୍‌ ଝରକା ବାଟେ ଫିଙ୍ଗିଦେବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ବିମାନରେ ଅଭଦ୍ରାମୀ: ଏ ପିଲା କାନ୍ଦ ବନ୍ଦ କର, ନଚେତ୍‌ ଝରକା ବାଟେ ଫିଙ୍ଗିଦେବୁ

ନୂଆଦିଲ୍ଲୀ: ପିଲା କାନ୍ଦିଲା ବୋଲି ବିମାନରୁ ଓହ୍ଲାଇ ଦେଲେ। ଏମିତି ଏକ ଅମାନବୀୟ ଆଚରଣ ବ୍ରିଟିଶ ଏୟାରୱେଜ୍ ପକ୍ଷରୁ କରାଯାଇଥିବା ଅଭିଯୋଗ ହୋଇଛି। ଲଣ୍ଡନରୁ ବର୍ଲିନ୍‌ ଯାତ୍ରା କରୁଥିବା ବେଳେ ଜଣେ ଭାରତୀୟ ପରିବାରଙ୍କ ସହ ଏମିତି ଘଟଣା ଘଟିଛି।
ଖାଲି ଏତିକି ନୁହେଁ,ଏୟାରଲାଇନ୍ସ ଅଧିକାରୀମାନେ ଖରାପ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖରେ ଏହି ଘଟଣା ଘଟିଛି।
ଅଭିଯୋଗ ଅନୁଯାୟୀ, ଭାରତ ସରକାରଙ୍କ ସଡ଼କ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏ.ପି. ପାଠକ ଗତ ଜୁଲାଇ ୨୩ ତାରିଖରେ ନିଜ ପରିବାର ସହ ଫ୍ଲାଇଟ ନମ୍ବର BA 8495ରେ ଲଣ୍ଡନରୁ ବର୍ଲିନ୍‌ ଯାତ୍ରା କରୁଥିଲେ।
ତେବେ ବିମାନଟି ଟେକ୍‌ଅଫ୍‌ କରିବା ସମୟରେ  ତାଙ୍କ ୩ ବର୍ଷର ପୁଅ କାନ୍ଦିବା ଆରମ୍ଭ କରିଥିଲା। ସଙ୍ଗେ ସଙ୍ଗେ ଉକ୍ତ ଏୟାରୱେଜ୍‌ର କ୍ର୍ୟୁ ମେମ୍ବର ପିଲାକୁ କାନ୍ଦ ବନ୍ଦ କରିବା ପାଇଁ କହିଥିଲେ। କିଛି ସମୟ ପରେ ଏୟାରୱେଜ୍‌ର କ୍ର୍ୟୁ ମେମ୍ବରମାନେ କାନ୍ଦୁଥିବା ପିଲାକୁ ଟାଣି ଆଣି ପୂରା ପରିବାର ସହ ବିମାନ ବାହାରକୁ ବାହାର କରିଦେଇଥିଲେ।
ପିଲାକୁ ଓହ୍ଲାଇବା ପୂର୍ବରୁ ବିମାନ କର୍ମଚାରୀମାନେ ପିଲାଟିକୁ ଗାଳି ମଧ୍ୟ କରିଥିଲେ। କହିଥିଲେ ଚୁପ ହେଇଯା, ନଚେତ୍‌ ଝରକା ବାହାରକୁ ଫିଙ୍ଗିଦେବୁ, ‘ବ୍ଲଡି କିପ୍‌ କ୍ୱାଏଟ୍‌’। ଏଥିରେ ମୋ ପିଲା ଓ ସ୍ତ୍ରୀ  ଡରିଯାଇଥିଲେ ବୋଲି ସମ୍ପୃକ୍ତ ଅଧିକାରୀ ଅଭିଯୋଗ ଆଣିଛନ୍ତି।
ଏନେଇ ଏ.ପି. ପାଠକ ଅଗଷ୍ଟ ୩ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ଦୁଇ ପୃଷ୍ଠାର ଚିଠି ଲେଖି ଅଭିଯୋଗ କରିଛନ୍ତି। ଅଭିଯୋଗରେ ବ୍ରିଟିଶ ଏୟାର ୱେଜ୍‌ର ଅଧିକାରୀମାନେ ତାଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟବାଦୀ ଆଚରଣ କରିଥିବା ଅଭିଯୋଗ ଆଣିଛନ୍ତି।
ସେପଟେ ସମ୍ପୃକ୍ତ ବ୍ରିଟିଶ ଏୟାର ୱେଜ୍‌ର ବରିଷ୍ଟ ଅଧିକାରୀଙ୍କ କହିଛନ୍ତି ଯେ ସେମାନେ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି। କୌଣସି ଯାତ୍ରୀଙ୍କ ସହ ଏଭଳି ଆଚରଣ ଅଶୋଭନୀୟ ଏବଂ ଅସହିଷ୍ଣୁତାର ନମୁନା ବୋଲି କୁହାଯାଇଛି।
ଘଟଣାର ତଦନ୍ତ କରାଯାଉଛି ବୋଲି ସମ୍ପୃକ୍ତ ବ୍ରିଟିଶ ଏୟାର ୱେଜ୍‌ର ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


from OdishaReporter https://ift.tt/2nouqOx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages