
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ବିଭିନ୍ନ ଭାଗରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ବୋଲି ଆକଳନ କରାଯାଇଛି। ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ୩ଟା ୦୩ ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ଅନୁଗୁଳ ଥିଲା। ଏହାର ପ୍ରଭାବ ବୌଦ୍ଧ, କଟକ, ଢେଙ୍କାନାଳ, ନୟାଗଡ଼ ଓ ଅନୁଗୁଳ ଜିଲ୍ଲାରେ ଅନୁଭୂତ ହୋଇଛି। ତେବେ ଏହି ଭୂମିକମ୍ପରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
from OdishaReporter https://ift.tt/2OpDezk
No comments:
Post a Comment