ବିଶ୍ୱକପ୍‌ ହକି: ଷ୍ଟାର୍‌ ହୋଟେଲ୍‌ ଅଭାବ ଲଜ୍ଜିତ କରିବନି ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ବିଶ୍ୱକପ୍‌ ହକି: ଷ୍ଟାର୍‌ ହୋଟେଲ୍‌ ଅଭାବ ଲଜ୍ଜିତ କରିବନି ତ ?

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୨୮ ତାରିଖରୁ ହକି ରଙ୍ଗରେ ରଙ୍ଗେଇ ହୋଇଯିବ ରାଜଧାନୀ ଭୁବନେଶ୍ୱର। କାରଣ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ପାଲଟି ଯିବ ବିଶ୍ୱକପ୍‌ ହକି ମଇଦାନ୍‌। ସାରା ବିଶ୍ୱର ନଜର ଏହା ଉପରେ ଥିବାରୁ ରାଜ୍ୟ ସରକାର ଏହାକୁ ସଫଳ କରିବାକୁ ଆଣ୍ଠୁଗଣ୍ଠି ଲଗାଇ ଦେଇଛନ୍ତି। ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ, ରାଜ୍ୟ ସରକାରଙ୍କୁ ଏବେ ଗୋଟିଏ ଚିନ୍ତା ଘାରିବାରେ ଲାଗିଛି। ସରକାରଙ୍କ ଚିନ୍ତାର କାରଣ ହେଲା ଷ୍ଟାର୍‌ ହୋଟେଲର ଅଭାବ।

bbsrବିଶ୍ୱକପ୍‌ ହକି ସମୟରେ ୧୫ ହଜାରୁ ଅଧିକ ବିଦେଶୀ ପର୍ଯ୍ୟଟକ ରାଜ୍ୟକୁ ଆସିବେ ବୋଲି ଅନୁମାନ କରାଯାଉଛି। ହେଲେ ସେମାନଙ୍କ ରହିବା ପାଇଁ ସମସ୍ୟା ସୃଷ୍ଟି କରିପାରେ ଷ୍ଟାର୍‌ ହୋଟେଲର ଅଭାବ। କାରଣ ବିଦେଶୀ ଦର୍ଶକଙ୍କ ଲାଗି ଯେଉଁ ଷ୍ଟାଣ୍ଡାର୍ଡ ଓ ଯେତେ ସଂଖ୍ୟାକ ହୋଟେଲ୍‌ ଆବଶ୍ୟକ ତାହା ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀକୁ ମିଶାଇଲେ ବି ମିଳିବା କଷ୍ଟ।

bbsrବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି, ଟୁର୍ଣ୍ଣାମେଣ୍ଟ ଅଫିସିଆଲ, ହକି ସଂଘର କର୍ମକର୍ତ୍ତା, ଭିଭିଆଇପି, ଟିଭି ବ୍ରଡକାଷ୍ଟର ଓ ଦେଶ ବିଦେଶରୁ ଆସିବାକୁ ଥିବା ଦର୍ଶକଙ୍କ ପାଇଁ ରାଜଧାନୀରେ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟାର ହୋଟେଲ ନାହିଁ। ଖେଳାଳି ଓ ଅଫିସିଆଲଙ୍କ ଲାଗି ସରକାର ଭୁବନେଶ୍ୱରର ୮ଟି ତାରକା ହୋଟେଲ୍‌ ବୁକ୍ କରିଛନ୍ତି। ତେବେ ବିଦେଶୀ ଦର୍ଶକଙ୍କ ଲାଗି ଆବଶ୍ୟକ ସଂଖ୍ୟାକ ଭଲ ହୋଟେଲ ନଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

bbsrସୂଚନାଯୋଗ୍ୟ, ବିଶ୍ୱକପ୍‌ ସମୟରେ ୧୫ ହଜାରରୁ ଅଧିକ ବିଦେଶୀ ଦର୍ଶକ ଆସିବେ ବୋଲି ଅନୁମାନ କରାଯାଉଛି। ଅଧିକ ସଂଖ୍ୟାକ ଦର୍ଶକଙ୍କୁ ଆକର୍ଷିତ କରିବାକୁ ହେଲେ ସେମାନେ ଆବଶ୍ୟକ କରୁଥିବା ହୋଟେଲ୍‌ ବ୍ୟତୀତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ। ହେଲେ ରାଜଧାନୀ କଥା ତ ଛାଡ଼ନ୍ତୁ ପୁରୀ ଓ କଟକକୁ ମିଶାଇଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଭଲ ହୋଟେଲ ମିଳିବା କଷ୍ଟକର।

ରାଜ୍ୟ କ୍ରୀଡ଼ା ବିଭାଗ ନିଜ ୱେବସାଇଟ୍‌ରେ ଦର୍ଶକଙ୍କ ଲାଗି ପ୍ରାୟ ୩ ଶହ ହୋଟେଲ୍‌ର ତାଲିକା ଦେଇଛି। ହେଲେ ଏହି ହୋଟେଲ୍‌ଗୁଡ଼ିକର ବ୍ୟବସ୍ଥାକୁ ବିଦେଶୀ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2wpOfZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages