ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ: ଗୁଳିବିନିମୟରେ ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ: ଗୁଳିବିନିମୟରେ ଜଣେ ମୃତ

indianarmy

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରେ ଆହୁରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ସେଠାରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

କୋକେରନାଗରେ ତିନି ଜଣ ଆତଙ୍କବାଦୀ ଥିବା ନେଇ ଗତକାଲି ବିଳମ୍ବିତ ରାତିରେ ସୂଚନା ମିଳିଥିଲା। ଏହା ପରେ ସେନା, ପୁଲିସ୍ ଓ ସିଆର୍‌ପିଏଫ୍ ପକ୍ଷରୁ ସେଠାରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଘେରିବାରେ ସଫଳ ହୋଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଗତକାଲି ବିଳମ୍ବତି ରାତିରେ ଲଶ୍କର-ଇ-ତୋଏବାର ଆତଙ୍କବାଦୀମାନେ ବାରାମୁଲାରେ ଜଣେ ବନ ବିଭାଗ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏଥିରେ ଲସ୍କର ଆତାଙ୍କବାଦୀ ୟୁସୁଫ୍‌ ଡାର୍‌ ସାମିଲ୍‌ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।



from Odisha Reporter https://ift.tt/2Myst1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages