
କଣ୍ଟାବାଞ୍ଜି(ଓଡ଼ିଶା ରିପୋର୍ଟର):ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ର କୁଲିଆଦରୋ ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭଗତ ସରଗରିଆ।
ଫସଲହାନି ଯୋଗୁ ଗତକାଲି ସକାଳେ ସେ ବଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ଭଗତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭଗତ ଋଣ କରି ୧୦ ଏକର ଜମିରେ କପା ଚାଷ କରିଥିଲେ। କପାଚାଷ ଭଲ ନହେବାରୁ ଭଗତ କୀଟନାଶକ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
from Odisha Reporter https://ift.tt/2MuLt0o
No comments:
Post a Comment