କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି କି? ଏସବୁ ପ୍ରତି ସାବଧାନ ରୁହନ୍ତୁ, ନହେଲେ ଫସିଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି କି? ଏସବୁ ପ୍ରତି ସାବଧାନ ରୁହନ୍ତୁ, ନହେଲେ ଫସିଯିବେ

ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ହେଲେ ଆପଣ ଜାଣନ୍ତିକି, କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ଅନେକ ଜିନିଷ ପ୍ରତି ସାବଧାନ ରହିବାକୁ ପଡ଼େ। ନଚେତ୍ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ଆଜି ଆମେ ଆପଣଙ୍କୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ବନ୍ଧରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ ଦେବୁ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

ଠିକ୍‌ ସମୟରେ ପେମେଣ୍ଟ୍:  କ୍ରେଡିଟ୍‌ କାର୍ଡଧାରୀଙ୍କ କ୍ରେଡିଟ୍‌ ସ୍କୋର୍ ଭଲ ରହିବା ପାଇଁ ନିଜ କାର୍ଡର ବିଲ୍‌ ଓ ଲୋନ୍‌ର ଇଏମଆଇ ଅନ୍ତିମ ତିଥି ପୂର୍ବରୁ ପୈଠ କରିଦିଅନ୍ତୁ। ଠିକ୍‌ ସମୟରେ ପେମେଣ୍ଟ ନ କଲେ, କ୍ରେଡିଟ୍‌ କାର୍ଡର ସ୍କୋର ଖରାପ ହୋଇଯାଏ। ଫଳରେ ଲେନ୍‌ ନେବାରେ ସମସ୍ୟା ହୋଇଥାଏ। ଏହା ବ୍ୟତୀତ ବିଳମ୍ବରେ ପେମେଣ୍ଟ କଲେ ଜରିମାନା ଭରିବାକୁ ମଧ୍ୟ ପଡ଼େ।

ଜରିମାନାରୁ ବଞ୍ଚନ୍ତୁ:  କ୍ରେଡିଟ୍‌ କାର୍ଡ କମ୍ପାନୀଗୁଡ଼ିକ ସବୁ ମାସରେ ବିଲ୍‌ ଜେନେରେଟ୍ କରନ୍ତି। ଯେଉଁଥିରେ ବିଲ୍‌ ପୈଠ କରିବାର ଏକ ଅନ୍ତିମ ତାରିଖ ମଧ୍ୟ ଥାଏ।  ଉପଭୋକ୍ତାଙ୍କୁ ଏହି ତାରିଖ ପୂର୍ବରୁ ବିଲ୍‌ ପୈଠ କରିଦେବା ଉଚିତ୍‌। ଯଦି ସମ୍ପୂର୍ଣ୍ଣ ବିଲ୍‌ ଭରିବାରେ କିଛି ସୁବିଧା ହେଉଛି ତେବେ ନ୍ୟୁନତମ ରାଶି ପୈଠ କରିଦିଅନ୍ତୁ। ଏହା ଫଳରେ ଆପଣ ଭାରି ଜରିମାନାରୁ ବର୍ତ୍ତିପାରିବେ।

କ୍ରେଡିଟ୍‌ ଲିମିଟ୍‌ ଯାଏ ବ୍ୟବହାର କରନ୍ତୁ ନାହିଁ: କେବେ ହେଲେ କ୍ରେଡିଟ୍‌ କାର୍ଡର ସମ୍ପୂର୍ଣ୍ଣ ଲିମିଟ୍‌ର ବ୍ୟବହାର କରନ୍ତୁ ନାହିଁ। କାରଣ ଯେଉଁମାନେ ସମ୍ପୂର୍ଣ୍ଣ କ୍ରେଡିଟ୍‌ ଲିମିଟ୍‌ ବ୍ୟବହାର କରନ୍ତି ସେମାନଙ୍କୁ ବ୍ୟାଙ୍କ କ୍ରେଡିଟ୍‌ ହଙ୍ଗ୍ରି ବିଭାଗରେ ପକାଇ ଦିଅନ୍ତି। ଫଳରେ ଲୋନ୍‌ ନେବାରେ ଅସୁବିଧା ହୁଏ। ସାଧାରଣତଃ ମୋଟ୍‌ ଲିମିଟ୍‌ର ୪୦ ପ୍ରତିଶତ ହିଁ ବ୍ୟବହାର କରିବା ଉଚିତ୍।

ଲଗାତାର ଲୋନ୍‌ ନେବା: ଏହି ସୂଚନା ସମସ୍ତ କ୍ରେଡିଟ୍‌ କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେଉଁମାନେ ଲଗାତାର ଭାବେ ଲୋନ୍ ପାଇଁ ଆବେଦନ କରନ୍ତି , ସେମାନଙ୍କର କ୍ରେଡିଟ୍‌ ସ୍କୋର୍ କମ୍‌ ହୋଇଯାଏ। ତେଣୁ ଲଗାତାର ଲୋନ୍‌ ପାଇଁ ଆବେଦନ କରନ୍ତୁ ନାହିଁ।

କ୍ରେଡିଟ୍‌ ରିପୋର୍ଟ ସମୀକ୍ଷା: କ୍ରେଡିଟ୍‌ କାର୍ଡ ୟୁଜର୍‌ମାନଙ୍କୁ ବେଳେବେଳେ ନିଜ କ୍ରେଡିଟ୍‌ କାର୍ଡର ସ୍କୋର ସମୀକ୍ଷା କରିନେବା ଉଚିତ୍। ଏପରି କରିବା ଦ୍ୱାରା ଜାଣିପାରିବେ ଯେ ଆପଣଙ୍କ ରିପୋର୍ଟରେ କିଛି ଭୁଲ ଅଛି କି ନାହିଁ। ଯଦି ଭୁଲ୍‌ ଥାଏ, ତେବେ ସମୟ ଥାଉ ଥାଉ ଏହାକୁ ସୁଧାରି ମଧ୍ୟ ପାରିବେ।

 



from OdishaReporter https://ift.tt/2AIptK9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages