ସୋନାଲିଙ୍କ ଫଟୋ ଦେଖି ଭାଙ୍ଗି ପଡ଼ିଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ସୋନାଲିଙ୍କ ଫଟୋ ଦେଖି ଭାଙ୍ଗି ପଡ଼ିଲେ ଫ୍ୟାନ୍‌

sonalibendre

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍‌ କ୍ୟାନସର୍‌ ହୋଇଛି। ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସେ ନିୟମିତ ଭାବେ ସୋଶାଲ୍ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇ ଆସୁଛନ୍ତି। ଏମିତିକି ତାଙ୍କ ସ୍ୱାମୀ ଗୋଲ୍‌ଡୀ ବେହଲ ମଧ୍ୟ ସୂଚନା ଦିଅନ୍ତି। ନିକଟରେ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ୍ କରି କହିଥିଲେ ଯେ ସୋନାଲିଙ୍କ ଅବସ୍ଥା ସ୍ଥିର ରହିଛି।

ଗତକାଲି ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଏହି ଫଟୋରେ ସୋନାଲି ପୂରା ଲଣ୍ଡା ହୋଇଯାଇଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- Boldisbeautiful।

bendre

ଫଟୋ ପୋଷ୍ଟ୍‌ କରିବା ସହିତ ସେ ଲେଖିଛନ୍ତି,“ଏଇଟା ମୁଁ ଓ ଏହି ମୁହୂର୍ତ୍ତର ମୁଁ ଖୁସି ଅଛି। ଲୋକମାନେ ମତେ ଦେଖି ଭିନ୍ନ ଭିନ୍ନ ପ୍ରକାରର ଏକ୍ସପ୍ରେସନ୍‌ ଦେଉଛନ୍ତି। ମତେ ଏବେ ସ୍ପେଶାଲ୍‌ ଆଟେନ୍‌ସନ୍‌ ମିଳୁଛି। ମୁଁ ପ୍ରତି ମୁହୂର୍ତ୍ତରେ ଖୁସି ରହିବାର କାରଣ ଖୋଜୁଛି। ମୁଁ ଜାଣିଛି ଏହା ଏକ କଷ୍ଟକର ସମୟ। ମୋର ଶକ୍ତି ମଧ୍ୟ କମ୍‌। କିନ୍ତୁ ମୁଁ ସେସବୁ କାମ କରୁଛି ଯାହା ମତେ କରିବା ଦରକାର। ମୁଁ ମୋ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ ଖରାପ ସମୟରେ ମୋ ସାଙ୍ଗରେ ରହିଛନ୍ତି।”

ସୋନାଲିଙ୍କ ସହ ଏହି ଫଟୋରେ ହ୍ରିତିକ୍‌ ରୋଶନ୍‌ଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ବି ଅଛନ୍ତି। ଫ୍ରେଣ୍ଡସିପ୍‌ ଡେ’ ଅବସରରେ ସୋନାଲି ଏହି ଫଟୋକୁ ଶେୟାର କରିଛନ୍ତି।

ଏହି ଫଟୋକୁ ହ୍ରିତିକ୍‌ ରୋଶନ ଉଠାଇଛନ୍ତି। ନିକଟରେ ହ୍ରିତିକ୍‌ ଏବଂ ସୁଜେନ୍‌ ସୋନାଲିଙ୍କୁ ଦେଖା କରିବା ପାଇଁ ନ୍ୟୁୟର୍କ ଯାଇଥିଲେ। ବ୍ୟସ୍ତବହୁଳ ଜୀବନରୁ ତାଙ୍କ ପାଇଁ ସମୟ ବାହାର କରି ତାଙ୍କୁ ଦେଖା କରିବାକୁ ଆସିଥିବାରୁ ସୋନାଲି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।



from OdishaReporter https://ift.tt/2Ku2PED

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages