ଚର୍ଚ୍ଚାରେ ଅମିତାଭ୍‌ଙ୍କ ନାତୁଣୀ ନଭ୍ୟା, ଭାଇରାଲ୍‌ ହେଲା ‘ବୋଲ୍ଡ୍‌’ ଅବତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଚର୍ଚ୍ଚାରେ ଅମିତାଭ୍‌ଙ୍କ ନାତୁଣୀ ନଭ୍ୟା, ଭାଇରାଲ୍‌ ହେଲା ‘ବୋଲ୍ଡ୍‌’ ଅବତାର

navya-naveli-nanda

ନୂଆଦିଲ୍ଲୀ: ମହାନାୟକ ବିଗ୍ ବିଙ୍କ ନାତୁଣୀ ନଭ୍ୟା ନନ୍ଦା ନିଜର ବୋଲ୍ଡ୍‌ ଅବତାର ପାଇଁ ଏବେ ଚର୍ଚ୍ଚାରେ। ନିକଟରେ ସେ ଶୁଟ୍ କରିଥିବା ନିଜର କିଛି ଗ୍ଲାମରସ୍ ଫଟୋଗୁଡ଼ିକ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

ବି-ଟାଉନ୍‌ର ମୋଷ୍ଟ୍‌ ପପୁଲାର୍‌ ଓ ଷ୍ଟାଇଲିସ୍‌ ଷ୍ଟାର୍‌ ଡଟର୍‌ ଭାବେ ଗଣା ଯାଉଛନ୍ତି ମହାନାୟକ ଅମିତାଭ୍ ବଚ୍ଚନ୍‌ଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନ୍‌ଙ୍କ ଝିଅ ନଭ୍ୟା ନଭେଲି ନନ୍ଦା। ମାଶ୍ୱେତାଙ୍କ ଭଳି ନଭ୍ୟା ମଧ୍ୟ ପିଲାବେଳୁ ଗ୍ଲାମର୍‌ ଦୁନିଆରୁ ନିଜକୁ ଦୂରେଇ ରଖୁଥିଲେ।

ଏବେ କିନ୍ତୁ ମାଙ୍କୁ ଗିଫ୍‌ଟ କରିବା ପାଇଁ ସେ କିଛି ଫଟୋ ଶୁଟ୍ କରିଥିଲେ। ଏଥିରେ ତାଙ୍କୁ ଏକଦମ୍ ବୋଲ୍ଡ ଓ ଗ୍ଲାମରସ୍‌ ଅବତାରରେ ଦେଖିବାକୁ ମିଳିଛି।

ଅମିତାଭ ତନୟା ଶ୍ୱେତା ନିଜ ଲେଟେଷ୍ଟ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ କହିଛନ୍ତି ଯେ ସେ ଏହି ଫଟୋ ଶୁଟ୍‌ ପାଇଁ ନଭ୍ୟାଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଶ୍ୱେତା ବଚ୍ଚନ ନିକଟରେ ଫ୍ୟାଶନ୍‌ ଡିଜାଇନର ମନୀଷା ଜୟସିଂହଙ୍କ ସହ ନୂଆ କ୍ଲଦିଙ୍ଗ ବ୍ରାଣ୍ଡ୍‌ MxS ଲଞ୍ଚ୍‌ କରିଛନ୍ତି। ମାଙ୍କ ଏକ ପ୍ରୋଜେକ୍ଟ୍‌ରେ ନଭ୍ୟା ମଧ୍ୟ ଅନେକ ସାହାଯ୍ୟ କରିଥିଲେ। ଆଉ ଏହି ପ୍ରୋଜେକ୍ଟ ବେଳେ ହିଁ ସେ ଫଟୋ ଶୁଟ କରିଥିଲେ। ଏହା ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ତେବେ ଏହି ଫଟୋ ଶୁଟ୍‌ ପାଇଁ ନଭ୍ୟାଙ୍କୁ ଫିସ୍‌ ବାବଦରେ ମା ଶ୍ୱେତା କେବଳ ଅନେକଗୁଡ଼ିଏ ଚିପ୍ସ୍‌ ଖାଇବାକୁ ଦେଇଥିଲେ।

ଏହା ପୂର୍ବରୁ ନଭ୍ୟା, ମା ଶ୍ୱେତା ଓ ଆଈ ଜୟା ବଚ୍ଚନଙ୍କ ସହ ଭଗ୍‌ ଇଣ୍ଡିଆ ପାଇଁ ଗ୍ଲାମରସ ଫଟୋ ଶୁଟ୍‌ କରିଥିଲେ।

ଶ୍ୱେତା ଓ ତାଙ୍କ ସ୍ୱାମୀ ନିଖିଲ ନନ୍ଦାଙ୍କର ନଭ୍ୟାଙ୍କ ବ୍ୟତୀତ ଗୋଟିଏ ପୁଅ ମଧ୍ୟ ଅଛି। ତାଙ୍କ ନାଁ ଅଗସ୍ତ୍ୟା ନନ୍ଦା।



from OdishaReporter https://ift.tt/2OBVVzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages