
ନୂଆଦିଲ୍ଲୀ: ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥିଲେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନ ଧ୍ୱଂସ ହୋଇଯାଇଥାନ୍ତା।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର କରିବାକୁ ଯାଇଥିବା ବେଳେ ରାହୁଲଙ୍କ ବିମାନରେ ଦେଖା ଦେଇଥିବା ତ୍ରୁଟିକୁ ନେଇ ଏପରି ରିପୋର୍ଟ ଦେଇଛି ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସ୍ନ (ଡିଜିସିଏ)।
କର୍ଣ୍ଣାଟକ ନିର୍ବାଚନ ପ୍ରଚାର ପାଇଁ ରାହୁଲ ଚାର୍ଟର୍ଡ ବିମାନରେ ଦିଲ୍ଲୀରୁ ହୁବଲି ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଥିଲା। ବିମାନଟି ଗୋଟିଏ ପଟକୁ ଢଳିବା ସହ ବହୁତ ଜୋରରେ ଶବ୍ଦ କରିଥିଲା। ତେଣୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା।
ରିପୋର୍ଟରେ କୁହାଯାଇଛି, ଯଦି ପାଇଲଟ୍ ଯାନ୍ତ୍ରିକ ତ୍ରୁଟିକୁ ସମ୍ଭାଳିବାରେ ଆଉ କିଛି ସେକେଣ୍ଡ ବିଳମ୍ବ କରିଥାନ୍ତେ, ବିମାନଟି ବିସ୍ଫୋରଣରେ ଧ୍ୱଂସ ହୋଇଯାଇଥାନ୍ତା।
ସୂଚନାଯୋଗ୍ୟ, ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣାକୁ ନେଇ କର୍ଣ୍ଣାଟକ ପୁଲିସ୍ରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଡିଜିସିଏର ଦୁଇ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା।
ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ହୁଏତ ପାଇଲଟ୍ଙ୍କ ଭୁଲ ପାଇଁ ଏପରି ହୋଇଥାଇପାରେ। ବିମାନଟି ହଠାତ୍ ଗୋଟିଏ ପଟକୁ ଢଳିବା ସହ ଶବ୍ଦ କରିଥିଲା।”
ଏହି ଘଟଣାକୁ କଂଗ୍ରେସ୍ ଷଡ଼ଯନ୍ତ୍ର ବୋଲି କହିଛି। ଏହାସହ ଡିଜିସିଏ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦଳ ଦାବି କରିଛି।
from Odisha Reporter https://ift.tt/2NATOvS
No comments:
Post a Comment