ଖା’ନ୍ତୁ ଓ ଖୁଆନ୍ତୁ, ଆଳୁ ଖାସ୍ତା କଚୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଖା’ନ୍ତୁ ଓ ଖୁଆନ୍ତୁ, ଆଳୁ ଖାସ୍ତା କଚୋଡ଼ି

food

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବର୍ଷା ଦିନେ ଆଳୁ ଓ ଖାସ୍ତାର ଗରମା ଗରମ୍ କଚୋଡ଼ି ଖାଇବାକୁ ତାହୁଁଛନ୍ତି କି? ଯଦି ହଁ, ତେବେ ଏଥିପାଇଁ କୌଣସି ଜଳିଖିଆ ଷ୍ଟଲ୍‌ ବା ରେସ୍ତୁରାଁ ନଯାଇ, ଘରେ ହିଁ ପ୍ରସ୍ତୁତ କରୁନ୍ତୁ ଆଳୁ ଖାସ୍ତା କଚୋଡ଼ି।
ଆବଶ୍ୟକ ସାମଗ୍ରୀ: ମଇଦା, ସିଝା ଆଳୁ, ଲୁଣ, ଜୁଆଣି, ତେଲ, ଅଦା ବଟା, ବେକିଂ ପାଉଡର, ଗ୍ରୀନ୍ ମଟର୍‌, ଧଣିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଆମ୍‌ଚୁର୍‌ ପାଉଡର୍‌ ଓ ଗରମ ମସଲା।
ପ୍ରସ୍ତୁତି ପ୍ରଣାଳୀ: ମଇଦାକୁ ଏକ ପାତ୍ରରେ କାଢ଼ି ସେଥିରେ କିଛି ତେଲ, ଲୁଣ, ଜୁଆଣି ଓ ବେକିଂ ପାଉଡର୍‌ ମିଶାଇ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ମଇଦାକୁ ଭଲ ଭାବେ ଦଳନ୍ତୁ। ମଇଦା ଦଳି ସାରିବା ପରେ କିଛି ସମୟ ଏହାକୁ ଘୋଡ଼ାଇ ରଖିଦିଅନ୍ତୁ। ଏବେ ସିଝା ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ।
ଏହା ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ଅଦା ବଟା ଓ କଟା କଞ୍ଚା ଲଙ୍କା ପକାଇ ହାଲ୍‌କା ଭାଜିଦିଅନ୍ତୁ । ବର୍ତ୍ତମାନ ସେଥିରେ ଗ୍ରୀନ୍ ମଟର ପକାନ୍ତୁ ଏବଂ ଏହି ମସଲାକୁ ଘୋଡ଼ାଇ ଦେଇ ଦୁଇମିନିଟ୍‌ ଯାଏ ହାଲକା ଆଞ୍ଚରେ ଛାଡ଼ି ଦିଅନ୍ତୁ। ୨ ମିନିଟ୍‌ ପରେ ମଟର ସିଝି ଯାଇଥିଲେ, ସେଥିରେ ପୂର୍ବରୁ ଚକଟା ହୋଇ ରହିଥିବା ସିଝା ଆଳୁ ପକାଇ ଦିଅନ୍ତୁ। ଏବେ ଏଥିରେ ଧଣିଆ ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଆମ୍‌ଚୁର୍‌ ପାଉଡର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଆଳୁକୁ କିଛି ସମୟ ଯାଏ ଭଲଭାବେ କଷନ୍ତୁ। ଆଳୁ କଷା ସରିବା ଏହା ଉପରେ କଟା ଧଣିଆ ପତ୍ର ପକାନ୍ତୁ। ଏବେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଏବେ ପୂର୍ବରୁ ଦଳା ହୋଇ ରହିଥିବା ମଇଦାକୁ ଚୋଟ ଛୋଟ ଗୋଳା କରିଦିଅନ୍ତୁ। ଗୋଟିଏ ମଇଦା ଗୋଳାକୁ ନେଇ ପୂରି ଆକାରର ବେଲନ୍ତୁ। ବର୍ତ୍ତମାନ ଏହା ଭିତରେ କଷା ଯାଇଥିବା ଆଳୁର ପୂର ଦେଇ ଏହାକୁ ବନ୍ଦ କରିଦିଅନ୍ତୁ। ଏହି ଭଳି ପ୍ରତ୍ୟେକ ମଇଦା ଗୋଳା ଭିତରେ ପୂର ଭର୍ତ୍ତି କରି ଗୋଲ ଗୋଲ କରି ରଖନ୍ତୁ।
ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରି ଗୋଟି ଗୋଟିଏ କରି କଚୋଡ଼ିକୁ ସୁନେଲି ରଙ୍ଗ ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା, ଆଳୁ ଖାସ୍ତା କଚୋଡ଼ି।ଏହାକୁ ସସ୍‌ କିମ୍ବା ମନପସନ୍ଦର ଚଟଣୀ ସହ ପରଶନ୍ତୁ।
ଆପଣ ପୂର ଦିଆ ମଇଦା ଗୋଳାକୁ ତାୱାରେ ଅଳ୍ପ ତେଲରେ ସେକି ମଧ୍ୟ ପାରିବେ। ଏହା ବ୍ୟତୀତ ଓଭନ୍‌ରେ ମଧ୍ୟ ତେଲ ଦେଇ କଚୋଡ଼ି ପ୍ରସ୍ତୁତ କରିପାରିବେ।



from Odisha Reporter https://ift.tt/2NrS3B8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages