କେରଳରେ ହାଇଆଲର୍ଟ, ମୃତ୍ୟୁସଂଖ୍ୟା ୩୭ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

କେରଳରେ ହାଇଆଲର୍ଟ, ମୃତ୍ୟୁସଂଖ୍ୟା ୩୭ ଛୁଇଁଲା

କୋଚି: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏବେ ବି ରାଜ୍ୟରେ ବର୍ଷା ଜାରି ରହିଛି।

ବର୍ଷା ଓ ବନ୍ୟା ଯୋଗୁ ୧,୦୩୧ ହେକ୍ଟର୍‌ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୩୧ ହଜାର ଲୋକଙ୍କୁ ବିଭିନ୍ନ ଜିଲ୍ଲାରୁ ଉଦ୍ଧାର କରାଯାଇ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ବର୍ଷା ଓ ବନ୍ୟାରେ ପ୍ରଭାବିତ ୧୪ଟି ଜିଲ୍ଲାରୁ ୮ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ପ୍ରାୟ ୫୪ ହଜାର ଲୋକ ବାସଚ୍ୟୁତ ହୋଇଥିବା ବେଳେ ପ୍ରାୟ ୫୦୦ରୁ ଅଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇ ବନ୍ୟା ପୀଡ଼ିତଙ୍କୁ ସେଠାରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ଆସନ୍ତାକାଲି  ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କେରଳ ଗସ୍ତରେ ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।



from OdishaReporter https://ift.tt/2P5CFMe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages