ଅଟକିଲା ସୌର ଅଭିଯାନ, ଆସନ୍ତାକାଲି ପୁଣି ଆରମ୍ଭ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଅଟକିଲା ସୌର ଅଭିଯାନ, ଆସନ୍ତାକାଲି ପୁଣି ଆରମ୍ଭ ହେବ

ୱାଶିଂଟନ୍‌: ସୂର୍ଯ୍ୟଙ୍କ ସମ୍ପର୍କରେ ଅଜଣା ତଥ୍ୟ ହାସଲ ପାଇଁ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ଆଜି ଅଳ୍ପକେ ଅଟକି ଯାଇଛି। ଐତିହାସିକ ସୌର ଅଭିଯାନ-‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’କୁ ଆଜି ଉତ୍‌କ୍ଷେପଣ ପାଇଁ ଦୁଇ ଥର ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇପାରିନାହିଁ। ଖରାପ ପାଗ ଓ ବୈଷୟିକ ତ୍ରୁଟି ଯୋଗୁ ଆଜି ଉତ୍‌କ୍ଷେପଣ ହୋଇପାରି ନଥିବା ନାସା ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲି ପୁଣିଥିରେ ଏହାକୁ ଉତ୍‌କ୍ଷେପଣ କରାଯିବ ବୋଲି ସୂଚନା ମିଳିଛି।

ଫ୍ଲୋରିଡାସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଷ୍ଟେସନ୍‌ରୁ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’କୁ ଡେଲ୍‌ଟା ଆଇଭି ହେଭି ରକେଟ୍‌ ଜରିଆରେ ସୂର୍ଯ୍ୟ ଅଭିମୁଖେ ଉତ୍‌କ୍ଷେପଣ ହେବାର ଥିଲା। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଆଲାରାମ୍‌ରେ ସମସ୍ୟା ଯୋଗୁ ରବିବାର ଯାଏ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି।

ଏହି ଅନ୍ତରୀକ୍ଷ ଯାନଟି ଏକ କାର୍‌ ଆକାରର। ଏଥିରେ ପ୍ରାୟ ୧୧୫ ବିଲିୟନ୍‌ ଡଲାର ଖର୍ଚ୍ଚ ହୋଇଛି। ଏହି ଯାନଟି ସୂର୍ଯ୍ୟର ପ୍ରାୟ ୬୦ ଲକ୍ଷ କିଲୋମିଟର ନିକଟକୁ ଯିବ। ଉତ୍‌କ୍ଷେପଣର ପ୍ରାୟ ୬ ସପ୍ତାହ ପରେ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ ଶୁକ୍ର ଗ୍ରହକୁ ଅତିକ୍ରମ କରିବ। ସେହିପରି ୨୦୨୪ ସୁଦ୍ଧା ସୂର୍ଯ୍ୟର ଅତି ନିକଟରେ ପହଞ୍ଚିବ। ସୂଚନା ମୁତାବକ ‘ପାର୍କର୍‌ ସୋଲାର୍‌ ପ୍ରୋବ୍‌’ସାତ ବର୍ଷ ମଧ୍ୟରେ ୨୪ ଥର ସୂର୍ଯ୍ୟଙ୍କ ଚାରିପଟେ ଘୂରିବ।



from OdishaReporter https://ift.tt/2vYPlvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages