ମୁଲାୟମଙ୍କ ଭାଇ ତିଆରି କଲେ ନୂଆ ମୋର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ମୁଲାୟମଙ୍କ ଭାଇ ତିଆରି କଲେ ନୂଆ ମୋର୍ଚ୍ଚା

shivpal1

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବିଦ୍ରୋହୀ ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ୍‌ ଯାଦବ ଏକ ନୂଆ ମୋର୍ଚ୍ଚା ଗଠନ କରିଛନ୍ତି। ଏହାର ନାଁ ରଖିଛନ୍ତି ‘ସମାଜବାଦୀ ସେକ୍ୟୁଲାର୍ ମୋର୍ଚ୍ଚା’ (ଏସ୍‌ଏସ୍‌ଏମ୍‌)।  ଆଜି ସେ ଏହି ସୂଚନା ଦେଇଛନ୍ତି।

ଯେଉଁ ନେତାମାନେ ସମାଜବାଦୀ ପାର୍ଟିରେ ଥାଇ ସମ୍ମାନ ପାଉ ନାହାନ୍ତି, ସେମାନଙ୍କୁ ଏହି ମୋର୍ଚ୍ଚାରେ ମିଶିବାକୁ ଶିବପାଲ୍ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି,‘ଆମେ ଅନ୍ୟ ଛୋଟ ଛୋଟ ଦଳଗୁଡ଼ିକୁ ବି ଏଥିରେ ସାମିଲ କରିବୁ।’

ପୁତୁରା ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ଦୀର୍ଘ ଦିନ ହେଲା ଅଣଦେଖା କରି ଆସୁଛନ୍ତି।

ତିନି ଦିନ ତଳେ ଶିବପାଲ କହିଥିଲେ,“ଦେଢ଼ ବର୍ଷ ହେଲା ମୁଁ ଅପେକ୍ଷା କରିଛି। କିନ୍ତୁ ଦଳ ମୋତେ କୌଣସି ଦାୟିତ୍ୱ ଦେଇ ନାହିଁ। ଏତେ ଦିନ ଅଣାଦେଖା କଲେଣି। ଆଉ କେତେ ଦିନ ସହି ହେବ?”

ସେ କହିଥିଲେ,‘ମୁଁ ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କୁ ସବୁ ବେଳେ ସମ୍ମାନ ଦିଏ। ମୁଁ ତାଙ୍କ ସହିତ ଅଛି। ଯେଉଁମାନେ ତାଙ୍କୁ ସମ୍ମାନ ଦେଉ ନାହାନ୍ତି, ସେମାନେ ତାଙ୍କୁ ସମ୍ମାନ ଦେବା ଉଚିତ୍।’

 



from Odisha Reporter https://ift.tt/2POtal0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages