
ମୁମ୍ବାଇ: ସଲମାନ୍ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ପାଇଁ ମାଲ୍ଟାରେ ଅଛନ୍ତି। ସେ ସୋଶାଲ୍ ମିଡିଆରେ ସୁଟିଂ ସେଟ୍ର ଫଟୋ ଓ ଭିଡିଓ ଶେୟାର କରୁଛନ୍ତି।
ସୁଟିଂ ସେଟ୍ରେ ତାଙ୍କର ପୂରା ପରିବାର ଉପସ୍ଥିତ ଅଛି। ସଲମାନ୍ ସେଠାରେ ତାଙ୍କ ମା’ଙ୍କ ସହ ଉଠାଇଥିବା ଅନେକ ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି।
ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବି ମାଲ୍ଟାରୁ କିଛି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ସଲମାନଙ୍କ ମା’ଙ୍କୁ ଆଲିଙ୍ଗନ କରିଛନ୍ତି। ଏହି ଫଟୋଟି ଏବେ ଭାଇରାଲ୍ ହେଉଛି। ଆଉ ଏହା ସହିତ ସଲମାନ୍ ଓ କୈଫଙ୍କ ସଂପର୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏ ଫଟୋ ଦେଖିବା ପରେ ସଲମାନ୍ ଓ କ୍ୟାଟ୍ରିନାଙ୍କ କିଛି ଫ୍ୟାନ୍ କହିଛନ୍ତି, ଆଗକୁ ଖୁସି ଖବର ମିଳିପାରେ।
ସଲମାନ୍ ଓ କ୍ୟାଟ୍ରିନାଙ୍କ ଲାଟେଷ୍ଟ୍ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ବକ୍ସ ଅଫିସ୍ରେ ହିଟ୍ ହୋଇଛି। ଏବେ ଦୁହେଁ ‘ଭାରତ’ରେ ଅଭିନୟ କରୁଛନ୍ତି।
‘ଭାରତ’ ପାଇଁ ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ସେ ହଁ ବି କରିଥିଲେ। କିନ୍ତୁ ପରେ କୌଣସି କାରଣରୁ ମନା କରି ଦେଇଥିଲେ। ଏହା ପରେ କ୍ୟାଟ୍ରିନାଙ୍କୁ ଅଫର୍ ଦିଆଯାଇଥିଲା। ସେ ସଲମାନ୍ଙ୍କୁ ନିରାଶ କରି ନଥିଲେ।
କିଛି ଦିନ ତଳେ ‘ଭାରତ’ ଫିଲ୍ମର ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଫଟୋରେ କ୍ୟାଟ୍ରିନା ଓ ସଲମାନ୍ ଥିଲେ। ଏହାକୁ ଉଭୟଙ୍କ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିଥିଲେ ଓ ଅନେକ ସେମାନଙ୍କୁ ବାହା ହୋଇଯିବାକୁ ଅନୁରୋଧ କରିଥିଲେ।
from Odisha Reporter https://ift.tt/2wpNhO1
No comments:
Post a Comment