ମଇଁଷି ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ପୁଲିସ୍‌ କହିଲା ଓଲଟା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ମଇଁଷି ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ପୁଲିସ୍‌ କହିଲା ଓଲଟା କଥା

ବରେଲୀ: ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଭୋଲାପୁର ହିନ୍ଦୋଲିୟା ଗାଁରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମଇଁଷି ଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଛି। ଏହି ଯୁବକ ଜଣଙ୍କ କିଛି ଦିନ ତଳେ ଦୁବାଇରୁ ଘରକୁ ଆସିଥିଲେ। କିନ୍ତୁ ଗାଁ ଲୋକମାନେ ତାଙ୍କ ଚୋର ବୋଲି ସନ୍ଦେହ କରି ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି।

ମୃତକଙ୍କ ସହ ଆହୁରି ୩ ଜଣ ଯୁବକ ଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ଶାହାରୁଖ ଖାନ୍‌ ବୋଲି ଜଣାପଡ଼ିଛି।

ତେବେ ପୁଲିସ୍‌ ଶାହାରୁଖଙ୍କ ମୃତ୍ୟୁ ଲୋକଙ୍କ ଆକ୍ରମଣରେ ନୁହେଁ ବରଂ ସେ ନିଶା ସେବନ କରୁଥିବାରୁ ପ୍ରାଣ ହରାଇଛନ୍ତି ବୋଲି କହିଛି। କିନ୍ତୁ ଶାହାରୁଖଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେ କୌଣସି ପ୍ରକାରର ନିଶା ସେବନ କରି ନଥିଲେ ବୋଲି ଜଣାପଡ଼ିବା ପରେ ପୁଲିସ୍‌ର ଅଡ଼ୁଆ ବଢ଼ି ଯାଇଛି।

ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨.୩୦ରେ ଶାହାରୁଖ ଓ ତାଙ୍କର ୩ ଜଣ ବନ୍ଧୁ ଗାଁରୁ ଗୋଟିଏ ମଇଁଷି ନେଇ ଫେରାର ହେଇଯାଉଥିବା କିଛି ଲୋକ ଠାବ କରିଥିଲେ। ଗାଁ ଲୋକମାନେ ସେମାନଙ୍କ ପିଛା କରି ଶାହାରୁଖଙ୍କୁ କାବୁ କରିଥିବା ବେଳେ ଅନ୍ୟ ୩ ଜଣ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଥିଲେ।

ଏହାପରେ ଗାଁ ଲୋକମାନେ କାଠ ଓ ଲୁହା ରଡ଼ରେ ଶାହାରୁଖଙ୍କୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଶାହାରୁଖଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ କହିଛି, ଶାହାରୁଖ ମାସକ ତଳେ ଦୁବାଇରୁ ଗାଁକୁ ଫେରିଥିଲା। ସାଙ୍ଗମାନଙ୍କ ସହ ନିଶା ସେବନ କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଶାହାରୁଖଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।



from Odisha Reporter https://ift.tt/2ooOGAa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages