
ଅଲୱାର: ରାଜସ୍ଥାନର ଅଲୱାର ଜିଲ୍ଲା ଫୋଲ ବାଗ ପୁଲିସ୍ ଷ୍ଟେସନ୍ ଅଧୀନରେ ଆସୁଥିବା ଏକ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ୫୫ ବର୍ଷୀୟ ବ୍ୟକ୍ତି ତାଙ୍କ ୬ ବର୍ଷୀୟ ନାତୁଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପୁଲିସ୍ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁରେ ଧାରା ୩୬୭ ଓ ପକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଜଣଙ୍କ ହେଊଛନ୍ତି, ଅଭିଯୁକ୍ତଙ୍କ ପୁତୁରାର ଝିଅ।
ରାଖି ବନ୍ଧନ ପାଇଁ ପରିବାର ଲୋକ ବାହାରୁ ଯିବାକୁ ସ୍ଥିର କରିଥିଲେ। ଏହି ସମୟରେ ଛୋଟ ଝିଅଟିକୁ ତାଙ୍କ ସାନ ଜେଜେଙ୍କ ପାଖରେ ଛାଡ଼ି ଦେଇଥିଲେ। କିନ୍ତୁ ୬ ବର୍ଷୀୟ ଶିଶୁକନ୍ୟାକୁ ଏକାକୀ ପାଇ ଜେଜେ ତା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୋମବାର ସକାଳେ ଝିଅର ବାପାମା’ ଯେତେବେଳେ ତାଙ୍କୁ ନେବା ପାଇଁ ଆସିଲେ, ସେତେବେଳେ ଝିଅଟି ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକ ତୁରନ୍ତ ଝିଅଟିକୁ ନେଇ ପୁଲିସ୍ ନିକଟରେ ପହଞ୍ଚିଥିଲେ। ପୁଲିସ୍ ପୂରା ଘଟଣା ଜାଣିବା ପରେ ଅଭିଯୁକ୍ତ ଜେଜେଙ୍କୁ ଗିରଫ କରିଛି।
from Odisha Reporter https://ift.tt/2LGOc1w
No comments:
Post a Comment