
ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର୍):ଛୋଟ ପିଲାଙ୍କୁ ନିଶାଯୁକ୍ତ ଚକୋଲେଟ୍ ଦେଇ ଗ୍ୟାଙ୍ଗ୍ର ସଦସ୍ୟମାନେ ପ୍ରଥମେ ଅଚେତ କରି ଦେଉଥିଲେ। ପରେ ବେହୋସ୍ ପିଲାଙ୍କୁ ସ୍ଥାନୀୟ ଏକ କ୍ଲିନିକ୍କୁ ନେଇ ସେମାନଙ୍କ ଶରୀରରୁ ରକ୍ତ ସଂଗ୍ରହ କରୁଥିଲେ। ପିଲାଙ୍କଠାରୁ ବେଆଇନ୍ ଭାବେ ସଂଗୃହୀତ ରକ୍ତକୁ ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍ର ଦୁଇ ଜଣ ସଦସ୍ୟଙ୍କୁ ପୁଲିସ୍ ଗିରଫ କରିଛି।
ଉତ୍ତରପ୍ରଦେଶରେ ବେଆଇନ୍ ରକ୍ତ କାରବାର କରୁଥିବା ଏହି ଗ୍ୟାଙ୍ଗ୍ର ଦୁଇ ଜଣ ସଦସ୍ୟ ଜଣେ ବେହୋସ୍ ପିଲା ଶରୀରରୁ ରକ୍ତ ନେଉଥିବାବେଳେ ସୋମବାର ପୁଲିସ୍ ହାତରେ ଧରାପଡ଼ିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଏହି ଗ୍ୟାଙ୍ଗ୍କୁ ‘ଖୁନ୍ ଚୁସ୍ୱା ଗ୍ୟାଙ୍ଗ୍’ କୁହାଯାଉଛି।
ପୁଲିସ୍ର ସୂଚନା ଅନୁଯାୟୀ,ଏହି ‘ଖୁନ୍ ଚୁସ୍ୱା ଗ୍ୟାଙ୍ଗ୍ର ଆକାଶ ନାମକ ଜଣେ ୩୩ ବର୍ଷ ବୟସ୍କ ଅଭିଯୁକ୍ତ ଜଣେ ଛୋଟ ପିଲାକୁ ନିଶାଯୁକ୍ତ ଚୋକୋଲେଟ୍ ଦେଇ ଡାକ୍ତର ପ୍ରଭାକର ସିଂହଙ୍କ କ୍ଲିନିକ୍କୁ ଡାକି ନେଇଥିଲା। ସେଠାରେ ପିଲାଟି ବେହୋସ୍ ଅବସ୍ଥାରେ ଥିବାବେଳେ ଡା. ସିଂହ ଓ ଆକାଶ, ଉଭୟେ ମିଶି ସଂପୃକ୍ତ ପିଲା ଶରୀରରୁ ରକ୍ତ ସଂଗ୍ରହ କରୁଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଏସମ୍ପର୍କରେ ଖବର ପାଇବା ମାତ୍ରେ ପୁଲିସ୍କୁ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ‘ରେଡ୍ ହ୍ୟାଣ୍ଡେଡ୍’ ଧରିଥିଲା।
from Odisha Reporter https://ift.tt/2Nr5yBe
No comments:
Post a Comment