ମିଶନ ଚନ୍ଦ୍ର: ଆସନ୍ତା ବର୍ଷରୁ ପୁଣି ଭାରତ କରିବ ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ମିଶନ ଚନ୍ଦ୍ର: ଆସନ୍ତା ବର୍ଷରୁ ପୁଣି ଭାରତ କରିବ ଅଭିଯାନ

ନୂଆଦିଲ୍ଲୀ:ପୁଣି ଆରମ୍ଭ ହେବ ଭାରତର ଚନ୍ଦ୍ର ମିଶନ। ଚନ୍ଦ୍ରାୟନ-୧ ଅଭିଜାନ ସଫଳ ପରେ ଭାରତର ଟାର୍ଗେଟ ଚନ୍ଦ୍ରାୟନ-୨। ଗତବର୍ଷ ବିଭିନ୍ନ କାରଣରୁ ସ୍ଥଗିତ ରହିଥିବା ଚନ୍ଦ୍ରାୟନ-୨ ମିଶନ ଆସନ୍ତା ବର୍ଷରୁ ପୁଣି ଆରମ୍ଭ ହେବ। ଚନ୍ଦ୍ରାୟନ-୨ର ଓଜନ  ୩.୮ଟନ ରହିଛି।  ତେଣୁ ଏହାକୁ GSLV ଦ୍ୱାରା ଉତକ୍ଷେପଣ କରିବା ସମ୍ଭବ ହେବ ନାହିଁ। ଏଥିପାଇଁ GSLV-MK-111 ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରିବାକୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି।

ଆସନ୍ତା ବର୍ଷ ଜାନୁୟାରୀ ମାସରେ ଚନ୍ଦ୍ରାୟନ-୨ ମିଶନ ଆରମ୍ଭ ହେବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା( ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦେଶର ବିଭିନ୍ନ ବିଶେଷଜ୍ଞ ମାନଙ୍କର ମତାମତ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ସବୁଠାରୁ ସବୁଠାରୁ ଜଟିଳ କାମ ବୋଲି କୁହାଯାଉଛି। ମିଶନ ଚନ୍ଦ୍ରାୟନ-୨ ଜାନୁୟାରୀ ୩ରେ ଆରମ୍ଭ ହେବ। ଫେବୃୟାରୀ ୧୬ରେ ଏହି ପ୍ରକ୍ରିୟା ଶେଷ ହେବା ନେଇ ଲକ୍ଷ ରଖାଯାଇଛି।

ପୂର୍ବରୁ ଆମେରିକା, ଋଷ ଓ ଚୀନ ଏପରି ମିଶନ ଆରମ୍ଭ କରିଛନ୍ତି।  ଏବେ ଏହି ଦୌଡରେ ଭାରତ ଓ ଇସ୍ରାଏଲ ସାମିଲ ହୋଇଛନ୍ତି। ଇସ୍ରାଏଲକୁ ପଛରେ ପକାଇବା ପାଇଁ ଭାରତ ଲକ୍ଷ୍ୟ ରଖିଛି।  ପୂର୍ବରୁ ଭାରତର ୨୦୦୮ରେ ହୋଇଥିବା ଚନ୍ଦ୍ରାୟନ-୧ ମିଶନ ଚନ୍ଦ୍ରପୃଷ୍ଠରେ ଜଳ ଥିବାର ଠାବ କରିଥିଲା। ତେଣୁ ଚନ୍ଦ୍ରାୟନ-୨ ମିଶନ ଦ୍ୱାରା ଭାରତ ଆଉ ଏକ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ।  ଚନ୍ଦ୍ରାୟନ-୨ କକ୍ଷସ୍ଥଳରେ ପହଞ୍ଚିବା ପରେ ଚନ୍ଦ୍ରର ଚାରିପାଖରେ ଘୁରି ତଥ୍ୟ ସଂଗ୍ରହ କରିବ।  ଏହାଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଖଣିଜ ପଦାର୍ଥ, ପରିବେଶ ଓ ଭିତ୍ତିଭୂମି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବ।



from Odisha Reporter https://ift.tt/2NrlEeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages