
ନୂଆଦିଲ୍ଲୀ: ଆଗରୁ ମାଟ୍ରିମୋନି ଡଟ୍ ଇନ୍ ଓ ଡେଟିଂ ସାଇଟ୍ରେ ଲୋକେ ଜୀବନସାଥି ଖୋଜୁଥିଲେ। ଏବେ କିନ୍ତୁ ପରିବର୍ତ୍ତିତ ସାମାଜିକ ଋଚିକୁ ଦେଖି ଭଡ଼ାରେ ‘ବ୍ରୟଫ୍ରେଣ୍ଡ’ ବା ପୁରୁଷ ବନ୍ଧୁ ଖୋଜିବାକୁ ଏକ ଅଭିନବ ଉପାୟ ଭାରତକୁ ଆସିଛି।
ଏଥିପାଇଁ ଏକ ୱେବ୍ସାଇଟ୍ ଲଞ୍ଚ୍ ହେବା ସହ ଏହା ନୂଆ ମୋବାଇଲ୍ ଆପ୍ ମଧ୍ୟ ଆସିଛି। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଆପଣ ଚାହିଁଲେ ଏଣିତି ଏହି ୱେବ୍ସାଇଟ୍କୁ ଲଗ୍ ଇନ୍ କରି କିମ୍ବା ଏହା ଆପ୍ ନିଜ ମୋବାଇଲ୍ରେ ଇନ୍ଷ୍ଟଲ୍ କରି ଭଡ଼ାରେ ବୟଫ୍ରେଣ୍ଡ ଖୋଜିପାରିବେ।
ଝିଅମାନେ ନିଜ ପସନ୍ଦର ବୟଫ୍ରେଣ୍ଡ ଖୋଜିବାରେ ଏହି ୱେବ୍ସାଇଟ୍ ସାହାଯ୍ୟ କରିବ। ଏହା ନାଁ ରହିଛି www.rentabf.in ଯାହା ମାଧ୍ୟମରେ ଆପଣ ଆବଶ୍ୟକ ଚଏସ୍ ଓ ତଥ୍ୟ ଦେଇ ନିଜ ପାଇଁ ପୁରୁଷ ବନ୍ଧୁ ଖୋଜିପାରିବେ।
Rent A Boy|Friend ଇନଷ୍ଟାଗ୍ରାମ୍ ପୋଷ୍ଟ ଅନୁସାରେ, ଏହାର ଏକ ଆପ୍ ୧୫ ଅଗଷ୍ଟରେ ଲଞ୍ଚ୍ କରାଯାଇଛି। ଆପଟିକୁ iOS/Android ଭର୍ସନ୍ରେ ରଖାଯାଇଛି। ଅଗଷ୍ଟ ୨୪ ତାରିଖରୁ ଏହା କାମ କରିବା ଆରମ୍ଭ କରିଛି। ୱେବ୍ସାଇଟ୍ର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ଆରମ୍ଭ କରାଯାଇଛି।
ଏହି ଅଭିନବ ଆଇଡିଆ ପଛରେ ଜଣେ ୨୯ ବର୍ଷୀୟ ଯୁବକଙ୍କର ମସ୍ତିଷ୍କ କାମକରିଛି। ତାଙ୍କ ନାଁ କୌଶଳ ପ୍ରକାଶ। ସେ ହିଁ ଏହି ୱେବ୍ସାଇଟ୍ ଓ ଆପ୍ର ସୃଷ୍ଟିକର୍ତ୍ତା। ଏହି ଆପ୍ର ସେବା ମୁମ୍ବାଇ ଓ ପୁଣେରେ ବର୍ତ୍ତମାନ ଲୋକମାନେ ପାଇପାରିବେ।
ଭାରତ ପରି ଏକ ରକ୍ଷଣଶୀଳ ଦେଶରେ, ଯେଉଁଠି ଝିଅଟିଏ ପାଇଁ ଅନେକ ସାମାଜିକ ବନ୍ଧନ ରହିଛି, ସେଠି ନିଜ ବୟଫ୍ରେଣ୍ଡ ଖୋଜିବାକୁ ଏପରି ଏକ ବ୍ୟବସ୍ଥାକୁ ହୁଏତ କେହି ନାପସନ୍ଦ କରିପାରନ୍ତି। କିନ୍ତୁ ଝିଅମାନଙ୍କୁ ସେମାନଙ୍କ ବୟଫ୍ରେଣ୍ଡ ଖୋଜିବା ଦିଗରେ ସ୍ୱାଧୀନତା ଦେବାରେ ଏହି ଆପ୍ ନିଶ୍ଚୟ ସାହାଯ୍ୟ କରିବ।
ଏହାର ସୃଷ୍ଟିକର୍ତ୍ତାଙ୍କ କହିବା କଥା, ଆଜିକାଲି ପୁଅଝିଅମାନେ ଅଧିକାଂଶ ସମୟରେ ଡିପ୍ରେସନ୍କୁ ଚାଲି ଯାଉଛନ୍ତି। ଏଭଳି ସମୟରେ ଏହି ବ୍ୟବସ୍ଥା ସେମାନଙ୍କୁ ଖୁସିରେ ରହିବାରେ ସାହାଯ୍ୟ କରିବ ନିଶ୍ଚୟ।
from Odisha Reporter https://ift.tt/2PKu7dV
No comments:
Post a Comment