
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିହାରରେ ଥିବା ଏକ କୋଚିଂ ସେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି କୋଚିଂ ସେଣ୍ଟର୍ର ସେକେଣ୍ଡ ଫ୍ଲୋର ଛାରଖାର ହୋଇଯାଇଛି। ସେଠାରେ ଥିବା କାଗଜପତ୍ର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ଆଜି ସକାଳେ କୋଚିଂ ସେଣ୍ଟର୍ରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁ ଆୟତ୍ତ କରିଛି।
ସକାଳେ କୋଚିଂ ସେଣ୍ଟରରେ କ୍ଲାସ ନ ଥିବାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।
from Odisha Reporter https://ift.tt/2Nq1alY
No comments:
Post a Comment