ମିଛ କହିଥିଲେ, ଏବେ କଥା ବଦଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ମିଛ କହିଥିଲେ, ଏବେ କଥା ବଦଳାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀଙ୍କୁ ସହଯୋଗ ପ୍ରସଙ୍ଗରେ ବିଜେଡି ମନ୍ତବ୍ୟ ଦେବାର କିଛି ଘଣ୍ଟା ନପୁରୁଣୁ ସେଥିରେ ସଂଶୋଧନ କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମର୍ଥନ ଲୋଡ଼ିଛନ୍ତି। ତେବେ ସେ ସକାଳେ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ସଂଶୋଧନ କରିଛନ୍ତି।

ବିଜେଡିର ରାଷ୍ଟ୍ରପତି ପ୍ରାର୍ଥୀ ପିଏ ସାଙ୍ଗମାଙ୍କୁ ଜେଡିୟୁ ସେତେବେଳେ ସମର୍ଥନ କରିଥିବାରୁ ବିଜେଡି ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତି ନେବ ବୋଲି ଶ୍ରୀ ପାତ୍ର କହିଥିଲେ। ତେବେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ ଦେଲେ କାଳେ ରାଜନୀତିକ ଅଡ଼ୁଆ ସୃଷ୍ଟି ହେବ ସେହି ଭୟରେ ବିଜେଡି ଏଭଳି ଏକ ମିଛ ତଥ୍ୟକୁ ଗଣମାଧ୍ୟମରେ ଆଗରେ ରଖି ନିଜର ସମର୍ଥନର ଯଥାର୍ଥତାକୁ ଦର୍ଶାଇଥିଲା।

କିନ୍ତୁ ଜେଡିୟୁର ସାଙ୍ଗମାଙ୍କୁ ସମର୍ଥନ କଥା ମିଛ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପାତ୍ର ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଛନ୍ତି।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ବିଜେପି ସଭାପତି ଅମିତ୍ ଶାହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ଶ୍ରୀ ପାତ୍ର ସ୍ୱୀକାର କରିଛନ୍ତି । ଅର୍ଥାତ୍ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନର ଅସଲ ରହସ୍ୟ ପଦାରେ ପଡ଼ିଯାଇଛି।

ବିଜେଡି ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି।



from OdishaReporter https://ift.tt/2MumEOg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages