ଫେସ୍‌ବୁକ୍‌ରେ ଅଧିକ ସମୟ କାଟୁଛନ୍ତି କି ? ସାବଧାନ୍, ହୋଇପାରେ ଏମିତି କିଛି ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଫେସ୍‌ବୁକ୍‌ରେ ଅଧିକ ସମୟ କାଟୁଛନ୍ତି କି ? ସାବଧାନ୍, ହୋଇପାରେ ଏମିତି କିଛି ସମସ୍ୟା

face-book

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢ଼ିଙ୍କ ଅଧିକାଂଶ ସମୟ ସୋଶାଲ୍‌ ମିଡିଆରେ ହିଁ ବିତୁଛି। କିନ୍ତୁ, ସୋଶାଲ୍‌ ମିଡିଆରେ ଦିନର ମାତ୍ରାଧିକ ସମୟ ସକ୍ରିୟ ରହିଲେ ମଣିଷ ଶରୀର ପାଇଁ ତାହା ଘାତକ ସାଜିଥାଏ।

ଗବେଷଣାରୁ ମିଳିଥିବା ତଥ୍ୟ କହୁଛି, ଫେସ୍‌ବୁକ୍‌ ବା ଅନ୍ୟ କୌଣସି ସୋଶାଲ୍ ମିଡିଆରେ ଦୀର୍ଘ ସମୟ ଅନ୍‌ଲାଇନ୍‌ରେ ରହିଲେ, ଆପଣଙ୍କ ମସ୍ତିଷ୍କ ସନ୍ତୁଳନ ହରାଇଥାଏ। ଏପରକି ମାନସିକ ବିକୃତି ହେବାର ଲକ୍ଷଣ ମଧ୍ୟ ସୃଷ୍ଟି ହୁଏ।

ବିଶେଷ କରି କିଶୋର ଅବସ୍ଥାରେ ସୋଶାଲ୍ ମିଡିଆରେ ଦୀର୍ଘ ସମୟ କାଟିବା କାରଣରୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ।

face-bookଫେସ୍‌ବୁକ୍‌ ଓ ଟ୍ୱିଟର ପରି ସୋଶାଲ୍‌ ମିଡିଆ ଆମକୁ ଆମ ବନ୍ଧୁମାନଙ୍କ ସହ ଯୋଡ଼ି ରଖୁଛି ସତ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଯୋଗୁ ଆମର ସ୍ମରଣ ଓ ଚିନ୍ତା କରିବାର ଶକ୍ତି ମଧ୍ୟ କମିଯାଉଛି। ବିନା ଚାପରେ ରହିଲେ, ଆମ ମସ୍ତିଷ୍କ ସୂଚନାଗୁଡ଼ିକୁ ସୁରକ୍ଷିତ ରଖିବା କାମ କରିଥାଏ। ହେଲେ ସବୁବେଳେ ଅନ୍‌ଲାଇନ୍‌ ରହିଲେ ମସ୍ତିଷ୍କ ଚାପଗ୍ରସ୍ତ ରହିଥାଏ ଏବଂ ତାକୁ ଆରାମ ମିଳି ନଥାଏ। ଯାହାର ପ୍ରଭାବ ସ୍ମରଣଶକ୍ତି ଉପରେ ପଡ଼ିଥାଏ।

ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ, କିଶୋରାବସ୍ଥାରେ ପିଲାମାନେ ବହୁ ସମୟ ସୋଶାଲ୍‌ ମିଡିଆରେ ସକ୍ରିୟ ରୁହନ୍ତି। ତେବେ ଦୀର୍ଘ ସମୟ ଅନ୍‌ଲାଇନ୍ ରହିବା ଦ୍ୱାରା ମସ୍ତିଷ୍କର ଧ୍ୟାନ କେନ୍ଦ୍ରୀଭୁତ କରିବାର କ୍ଷମତା ଦୁର୍ବଳ ହୁଏ। ଏକାଗ୍ରତା ବାରମ୍ବାର ଭଙ୍ଗ ହୋଇଥାଏ। ଫଳରେ ଏଡିଏଚ୍‌ଡି(ଆଟେନ୍‌ସନ୍ ଡେଫିସିଟି ହାଇପର୍‌ ଆକ୍ଟିଭିଟି ଡିଜ୍ଅଡର୍‌)ନାମକ ମାନସିକ ରୋଗ ହେବାର ଆଶଙ୍କା ଅଧିକ ଥାଏ।

ସୋଶାଲ୍‌ ମିଡିଆ ସହିତ ଦୀର୍ଘ ସମୟ ମୋବାଇଲ୍‌ ଫୋନ୍‌ କିମ୍ବା ଅନ୍ୟ ଡିଜିଟାଲ୍‌ ଉପକରଣ ବ୍ୟବହାର କଲେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୫ରୁ ଆରମ୍ଭ କରି ୧୬ ବର୍ଷ ଯାଏ ୨,୬୦୦ କିଶୋରଙ୍କ ଉପରେ ଗୋଟିଏ ବର୍ଷେ ଧରି ଏହି ଗବେଷଣା କରାଯାଇଥିଲା। ଏହାର ୨ବର୍ଷ ପରେ ଦେଖାଯାଇଥିଲା ଯେ ଯେଉଁମାନେ ମୋବାଇଲ୍‌ ଫୋନ୍‌ କିମ୍ବା ଅନ୍ୟ ଡିଜିଟାଲ୍‌ ଉପକରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରୁଥିଲେ, ସେମାନଙ୍କଠାରେ ଏହି ମାନସିକ ରୋଗର ଲକ୍ଷଣ ଅଧିକ ରହିଛି।

ଜର୍ନଲ୍‌ ଅଫ୍ ଆମେରିକା ମେଡିକାଲ୍‌ ଆସୋସିଏସନ୍‌ର ରିସର୍ଚ୍ଚ ଅନୁଯାୟୀ, ସୋଶାଲ୍‌ ମିଡିଆ, ଷ୍ଟ୍ରିମିଂ ଭିଡିଓ, ମେସେଜିଂ, ମ୍ୟୁଜିକ୍‌ ଓ ଅନଲାଇନ୍‌ ଚାଟ୍ ରୁମ୍‌ସ୍ ସହିତ ଅନ୍ୟ ଡିଜିଟାଲ୍‌ ମାଧ୍ୟମର ବ୍ୟବହାର ଯୁବ ପିଢ଼ିର ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।



from OdishaReporter https://ift.tt/2vCncuZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages