
ଅନୁଗୋଳ(ବିରଜା ଦାସ): ଅନୁଗୋଳ ସହର ସ୍ଥିତ ଥାନା ଛକରେ ଟ୍ରାଫିକ କନଷ୍ଟେବଲଙ୍କ ଦାଦାଗିରି ଦେଖିବାକୁ ମିଳିଛି। ହେଲମେଟ୍ ଚେକିଂ ବେଳେ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କନଷ୍ଟେବଳଙ୍କ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଜଣଙ୍କ ହେଲେ କମଳକାନ୍ତ ଜେନା।
ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଇଏନ୍ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତଙ୍କୁ ଟ୍ରାଫିକ୍ ପୁଲିସ୍ ଅଟକାଇ ଥିଲେ। ସେ ହେଲମେଟ୍ ପିନ୍ଧି ନଥିବାରୁ ଫାଇନ୍ ଦେବା ପାଇଁ ରାଜି ହୋଇଥିଲେ। ହେଲେ କନଷ୍ଟେବଲ ଜଣଙ୍କ କିଛି ନଶୁଣି ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସେ କହିଛନ୍ତି, “୨ ଜଣ କନଷ୍ଟେବଲ ମୋତେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।”
from OdishaReporter https://ift.tt/2nCp42x
No comments:
Post a Comment