ୟୁପି ପୁଲିସ୍‌ଙ୍କ ଜନତାଙ୍କୁ ବନ୍ଧୁତ୍ୱ ଦିବସର ବାର୍ତ୍ତା: ଫଳ ହେଲା ଓଲଟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ୟୁପି ପୁଲିସ୍‌ଙ୍କ ଜନତାଙ୍କୁ ବନ୍ଧୁତ୍ୱ ଦିବସର ବାର୍ତ୍ତା: ଫଳ ହେଲା ଓଲଟା!

ଆଜି ‘ବିଶ୍ୱ ବନ୍ଧୁତ୍ୱ ଦିବସ’। ତେଣୁ ସବୁଠି ପରିବେଶ ଉତ୍ସବ ମୁଖର ହୋଇ ଉଠିଛି। ନିଜର ବନ୍ଧୁଙ୍କ ପ୍ରତି ଥିବା ଆସୀମ ଭଲ ପାଇବାକୁ ଆଜି ଜାହିର୍‌ କରୁଛନ୍ତି ସମସ୍ତେ। ତେଣୁ ଶୁଭେଚ୍ଛାବାର୍ତ୍ତାର ଭେଟି ଚାଲିଛି। ବନ୍ଧୁ ଦୂରରେ ରୁହନ୍ତୁ ଅବା ପାଖରେ, ସମସ୍ତଙ୍କୁ ମନେ ପକାଇ ଆଜି ସୋଶାଲ୍‌ ମିଡିଆରେ ଛୁଟିଛି ଶୁଭେଚ୍ଛାର ସୁଅ। ଆଉ ଏଥିରୁ ବାଦ୍‌ ପଡିନି ୟୁପି ପୁଲିସ୍‌। ବନ୍ଧୁତା ଦିବସ ଅବସରରେ ୟୁପି ପୁଲିସ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ସୋଶାଲ୍‌ ମିଡିଆରେ ସେମାନେ ଏକ ପୋଷ୍ଟ୍ କରିଛନ୍ତି। ଯାହାକୁ ନେଇ ବିବାଦ ଉଙ୍କି ମାରିଛି।

ଏହି ଫଟୋଟି ବଲିଉଡ୍‌ ଫିଲ୍ମ ‘ଶୋଲେ’ର ଆସିଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ର ଏକ ତିନି ଚକିଆ ବାଇକ୍‌ ଚଲାଉଛନ୍ତି। ଏହି ଫଟୋରେ ୟୁପି ପୋଲିସ ବାଇକ୍‌ ଚଲାଉଥିବା ଅମିତାଭଙ୍କୁ ୟୁପି ପୁଲିସ ଏବଂ ସାଇଡ୍‌ରେ ଡ୍ରାଇଭ୍‌ର ମଜା ନେଉଥିବା ଧର୍ମେନ୍ଦ୍ରଙ୍କୁ ସାଧାରଣ ଲୋକଙ୍କ ସହ ତୁଳନା କରିଛନ୍ତି।

ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ଫଟୋକୁ ଦେଖି ସୋଶାଲ୍‌ ମିଡିଆରେ ଲୋକମାନେ ପ୍ରତିକ୍ରୟା ପ୍ରକାଶ କରିଛନ୍ତି। ଏହି ଫଟୋରେ ‘ଜୟ’ ଏବଂ ‘ବିରୁ’ ବିନା ହେଲ୍‌ମେଟ୍‌ରେ ଥିବାରୁ ଲୋକମାନଙ୍କୁ ଏହି ଫଟୋ ହେଲ୍‌ମେଟ୍‌ ନପିନ୍ଧିବା ପାଇଁ ପ୍ରୋତ୍ସାହନ ଦେଉଛି ବୋଲି କହିଛନ୍ତି।

ୟୁପି ପୁଲିସ୍‌ ଏହି ଫଟୋ ସହ କ୍ୟାପ୍ସନ୍‌ରେ ଲେଖିଛନ୍ତି, ‘ତୋଡ଼େଙ୍ଗେ ଦମ୍‌ ମଗର, ଆପକା ସାଥ ନା ଛୋଡେଙ୍ଗେ। ଉତ୍ତରପ୍ରଦେଶର ଜନତାଙ୍କୁ  #FriendshipDay2018ର ଶୁଭକାମନା। #FriendsOfUPP’

 



from OdishaReporter https://ift.tt/2OLBiBZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages