
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ରାସ୍ତା ନ ଥିବାରୁ ୧୦୨ ଆମ୍ବୁଲାନ୍ସ ଆସିପାରିଲାନି। କୌଣସି ଉପାୟ ନପାଇ ପରିବାର ଲୋକଙ୍କୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିବାକୁ ପଡ଼ିଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବିରୁଆ ପଞ୍ଚାୟତର ପଣ୍ଡାସାହି ଗାଁରୁ।
ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ତେବେ ରାସ୍ତା ଅଣଓସାରିଆ ସହ କାଦୁଅ ପଚ ପଚ ହୋଇଯାଇଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ଯାଇଥିଲା।
ପରେ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆରେ ଜୟନ୍ତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପ୍ରାୟ ଦେଢ଼ କିଲୋମିଟର ତାଙ୍କୁ ଖଟିଆରେ ବୋହି ଆଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ତେବେ ଏପରି ଘଟଣା ରାଜ୍ୟରେ ପ୍ରଥମ ନୁହେଁ। ପ୍ରାୟ ପ୍ରତିଦିନ କେଉଁଠୁ ନା କେଉଁଠୁ ଏମିତି ଅଭିଯୋଗ ଆସୁଛି। କେଉଁଠି ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁ ନାହଁ ତ ଆଉ କେଉଁଠି ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା କଥା ସମ୍ନାକୁ ଆସୁଛି।
from OdishaReporter https://ift.tt/2neeBty
No comments:
Post a Comment