ଅତିଥି ଉପହାରରେ ଟଙ୍କା ଦେବାକୁ ରାଜି ହେଲେନାହିଁ ବୋଲି ନିଜ ବାହାଘର ଭାଙ୍ଗିଦେଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଅତିଥି ଉପହାରରେ ଟଙ୍କା ଦେବାକୁ ରାଜି ହେଲେନାହିଁ ବୋଲି ନିଜ ବାହାଘର ଭାଙ୍ଗିଦେଲେ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବିବାହ ଉତ୍ସବରେ ଉପହାର ଆକାରରେ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେବାକୁ ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ରରେ ଅନୁରୋଧ କରିଥିଲେ ଯୁବତୀ। କିନ୍ତୁ ଏପରି ଅନୁରୋଧ ରକ୍ଷା କରିବାକୁ ଜଣେ ବି କେହି ଅତିଥି ରାଜି ନହେବାରୁ ଶେଷରେ ସଂପୃକ୍ତ ଯୁବତୀ ନିଜ ବିବାହକୁ ଭାଙ୍ଗି ଦେଇଛନ୍ତି।

ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏପରି ଏକ ଘଟଣା କ୍ୟାନାଡ଼ାରେ ଘଟିଛି।

ସୂଚନା ଅନୁସାରେ,କ୍ୟାନାଡାର ଯୁବତୀ ସୁଜେନ୍‌ କଲେଜ୍‌ରେ ପଢ଼ୁଥିବା ସମୟରୁ ନିଜ ପୁରୁଷ ସହପାଠୀଙ୍କୁ ପ୍ରେମ କରି ବସିଥିଲେ। ଦୀର୍ଘ ଦିନ ରିଲେସନ୍‌ସିପ୍‌ରେ ରହିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଉଭୟ ଏଥିପାଇଁ ବହୁ ପୂର୍ବରୁ ସଞ୍ଚୟ ଆରମ୍ଭ କରିଥିଲେ ଏବଂ ଖାସ୍‌ ବିବାହ ଉତ୍ସବ ପାଇଁ ୧୫ ହଜାର୍ ଡଲାର୍‌ ରଖିଥିଲେ। ତେବେ ସୁଜେନ୍‌ ନିଜ ଦୀର୍ଘଦିନର ପ୍ରେମ ସମ୍ପର୍କକୁ ଆହୁରି ସୁନ୍ଦର କରିବା ପାଇଁ ବିବାହ ଉତ୍ସବକୁ ଏକ ‘ପରୀ କାହାଣୀର ବାହାଘର’ ଭଳି ଆୟୋଜନ କରିବାକୁ ଚାହୁଁଥିଲେ।

ତେବେ ସୁଜେନ୍‌ଙ୍କ ଏହି ‘ସ୍ୱପ୍ନର ବାହାଘର’ ପାଇଁ ସଞ୍ଚିତ ଟଙ୍କା ଯଥେଷ୍ଟ ନଥିଲା। ତେଣୁ ନିଜ ଭାବନା ମୁତାବକ ବାହାଘର ଆୟୋଜନ ପାଇଁ ସୁଜେନ୍‌ ଏକ ନିଆରା ରାସ୍ତା ଆପଣାଇଲେ।

ଛାପିଲେ ଏମିତି ନିମନ୍ତ୍ରଣ ପତ୍ର

ସୁଜେନ୍‌ ନିଜର ଏହି ‘ଡ୍ରିମ୍‌ ୱେଡିଂ’ ପାଇଁ ସହରଠାରୁ ବେଶ୍ କିଛି ଦୂର ଅରୁବା ନାମକ ସ୍ଥାନକୁ ବାଛିଥିଲେ। ଆଉ ବିମାନରେ ଯିବା ଆସିବା ସହ ବାହାଘରର ସମସ୍ତ ଖର୍ଚ୍ଚ ବାବଦକୁ ତାଙ୍କୁ ପାଖାପାଖି ୬୦ ହଜାର ଡଲାର୍‌ର ଆବଶ୍ୟକତା ଥିଲା। ତେଣୁ ଏତେ ଅର୍ଥ ଯୋଗାଡ଼ କରିବା ପାଇଁ ସୁଜେନ୍‌ ଅତିଥିମାନଙ୍କ ଠାରୁ ଡଲାର୍‌ ଆଦାୟ କରିବା ଭଳି ଏକ ଭିନ୍ନ ଧରଣର ଉପାୟ ବାହାର କଲେ। ସୁଜେନ୍‌ ଭାବିଥିଲେ ଯେ ଅତିଥିମାନଙ୍କ ଅର୍ଥରେ ହିଁ ସେ ‘ପରୀ କାହାଣୀର ବାହାଘର’ ଭଳି ନିଜ ବିବାହ ଉତ୍ସବର ଆୟୋଜନ କରିବେ।

ନିଜ ଯୋଜନାକୁ ସାକାର କରିବା ପାଇଁ ସୁଜେନ୍ ନିମନ୍ତ୍ରଣ ପତ୍ରରେ ଅତିଥିମାନଙ୍କୁ ୧୫ ହଜାର ଡଲାର ନେଇ ବିବାହ ଉତ୍ସବକୁ ଆସିବା ପାଇଁ ଅନୁରୋଧ କରିଥିଲେ। ଏପରିକି, ତାଙ୍କ ଅନୁରୋଧ ମୁତାବକ ଅର୍ଥ ନେଇ ଆସିବାକୁ ରାଜି ନହେଲେ, ବିବାହ ଉତ୍ସବକୁ ନଆସିବା ପାଇଁ ସେ ଅତିଥିମାନଙ୍କୁ ସ୍ପଷ୍ଟ ଜଣାଇ ଦେଇଥିଲେ। ତେବେ ସୁଜେନ୍‌ଙ୍କ ଏପରି ଅର୍ଥ ଆଦାୟର ଫର୍ମୁଲା ଥିବା ନିମନ୍ତ୍ରଣ ପତ୍ର ପାଇବା ପରେ କେହି ଜଣେ ବି ଅତିଥି ବିବାହ ଉତ୍ସବରେ ଯୋଗ ଦେବାକୁ ରାଜି ହୋଇ ନଥିଲେ।

ଶେଷରେ ବାହାଘର ଭାଙ୍ଗିଦେଲେ 

ଅତିଥିମାନଙ୍କ ଅରାଜି ସତ୍ୱେ ସୁଜେନ୍‌ ନିଜ ‘ଡ୍ରିମ୍ ୱେଡିଂ’ ଚକ୍କର୍‌ରେ ଏତେ ମାତିଯାଇଥିଲେ ଯେ ସେ କୌଣସି ଉପାୟରେ ତାକୁ ସାକାର କରିବାକୁ ଚାହୁଁଥିଲେ। ଶେଷରେ ସେ ‘ଗୋ ଫଣ୍ଡ୍‌’ର ସହାୟତା ନେଇଥିଲେ। କିନ୍ତୁ ଏହି ଫଣ୍ଡ୍‌ରୁ ସୁଜେନ୍‌ ମାତ୍ର ୨୫୦ ଡଲାର୍‌ ଯୋଗାଡ଼ କରିପାରିଥିଲେ। ତେବେ ସୁଜେନ୍‌ଙ୍କୁ ସବୁଠୁ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ଭାବୀ ସ୍ୱାମୀଙ୍କ ଘର ଲୋକେ ମଧ୍ୟ ଏଥିପାଇଁ ପଛଘୁଞ୍ଚା ଦେଇଥିଲେ। ତାଙ୍କ ଭାବୀସ୍ୱାମୀ, ସୁଜେନଙ୍କୁ ଶସ୍ତାରେ ବାହାଘର କରିବା ପାଇଁ ସିଧା ସିଧା କହିଥିଲେ। ନିଜ ଦୀର୍ଘ ଦିନର ପ୍ରେମିକଙ୍କ ଠାରୁ ଏପରି ଶୁଣିବା ପରେ ସୁଜେନ୍‌ ଏଥିରେ ରାଜି ତ ହୋଇ ନଥିଲେ ବରଂ ଖୁବ୍ ରଗିଯାଇଥିଲେ। ଫଳରେ ଭାବୀସ୍ୱାମୀ ଜଣଙ୍କ ନିଜର ଜଣେ ବନ୍ଧୁଙ୍କ ଆଗରେ ସୁଜେନ୍‌ଙ୍କ ବିରୋଧରେ କିଛି ଟିପ୍ପଣୀ ଦେଇଥିଲେ। ଆଉ ଏସବୁ ଯେତେବେଳେ ସୁଜେନ୍‌ଙ୍କ କାନରେ ପଡ଼ିଲା, ସେ ରାଗିଯାଇ ତୁରନ୍ତ ବାହାଘରକୁ ଭାଙ୍ଗି ଦେଇଥିଲେ। ବାହାଘର ଭାଙ୍ଗି ଦେବା ପରେ ସୁଜେନ୍‌ ଜମା କରିଥିବା ଟଙ୍କା ଧରି ଦକ୍ଷିଣ ଆମେରିକା ବୁଲିବାକୁ ପଳାଇଥିଲେ।



from Odisha Reporter https://ift.tt/2N061NM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages