
ଚେନ୍ନାଇ: ଏମକେ କରୁଣାନିଧିଙ୍କ ଦେହାନ୍ତ ପରେ ଦୁଇ ପୁଅ ଏମକେ ଷ୍ଟାଲିନ୍ ଓ ଏମକେ ଆଲାଗିରିଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧରେ ନୂଆ ମୋଡ଼ ଆସିଛି।
ସାନଭାଇ ଷ୍ଟାଲିନ୍ ନିର୍ନ୍ଦ୍ୱନ୍ଦ୍ୱରେ ଡିଏମକେ ସଭାପତି ହେବା ପରେ ଆଜି ଆଲାଗିରି ଏ ସଂକ୍ରାନ୍ତରେ ମତ ରଖିଛନ୍ତି। ଆଲାଗିରି ଆଜି କଥା ଛଳରେ ଷ୍ଟାଲିନ୍ଙ୍କ ଆଗରେ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି, ଯଦି ଡିଏମକେକୁ ମୋତେ ଫେରାଇ ନିଆଯାଏ, ତା’ହେଲେ ମୁଁ ଷ୍ଟାଲିନ୍ଙ୍କୁ ନେତା ଭାବେ ଗ୍ରହଣ କରିବି। ନହେଲେ ଷ୍ଟାଲିନ୍ଙ୍କ ସହ ସାଲିସ୍ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଲାଗିରିଙ୍କୁ ଡିଏମକେରୁ ବହିଷ୍କୃତ କରାଯାଇଥିଲା। ସେବେଠାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ।
କିନ୍ତୁ କରୁଣାନିଧିଙ୍କ ନିଧନ ପରେ ଆଲାଗିରି ଡିଏମକେର ସଭାପତି ହେବେ ବୋଲି କହିଥିଲେ। ଏଥିସହ ତାଙ୍କୁ ଯଦି ଦଳକୁ ଫେରାଇ ନ ନିଆ ଯାଏ, ତା’ହେଲେ ଏହାର ପରିମାଣ ଭୟଙ୍କର ହେବ ବୋଲି ମଧ୍ୟ ଧମକ ଦେଇଥିଲେ।
from Odisha Reporter https://ift.tt/2NwU0wd
No comments:
Post a Comment