କୁଞ୍ଚୁକୁଞ୍ଚିଆ ଚୁଟିକୁ ସିଧା କରିବାର ପ୍ରାକୃତିକ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

କୁଞ୍ଚୁକୁଞ୍ଚିଆ ଚୁଟିକୁ ସିଧା କରିବାର ପ୍ରାକୃତିକ ଉପାୟ

ନୂଆଦିଲ୍ଲୀ: ବହୁତ ଲୋକଙ୍କ ମୁଣ୍ଡରେ କୁଞ୍ଚକୁଞ୍ଜିଆ ଚୁଟି ଦେଖିବାକୁ ମିଳିଥାଏ। ହେଲେ ଅନେକ ଏପରି ଚୁଟି ରଖିବାକୁ ପସନ୍ଦ କରି ନଥାନ୍ତି। କାରଣ ଏହାକୁ ସଜାଡ଼ିବା କାଠିକର ପାଠ। ମୁଣ୍ଡ କୁଣ୍ଡାଇବା ପରେ ମଧ୍ୟ ଏଥିରେ ଜଟ ହୋଇଯାଏ। ସାମ୍ପୁ କଲେ କେଶ ଫୁଲି ରହିଥାଏ ଓ ବହୁତ ଉଡ଼ିଥାଏ। ଏପରିସ୍ଥିତିରେ ଲୋକେ ସେଲୁନ୍‌କୁ ଯାଇ ଚୁଟି ସିଧା କରିଦିଅନ୍ତି।

ସବୁବେଳେ ସେଲୁନ୍‌ ଯାଇ ଚୁଟି ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଚୁଟି ସିଧା କରିବା ପାଇଁ କେମିକାଲ ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଚୁଟି ଖରାପ ହେବାର ଭୟ ମଧ୍ୟ ଥାଏ।

ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଚୁଟିକୁ କେମିତି ସିଧା କରିହେବ ଜଣାଇବୁ। ଯାହାଦ୍ୱାରା ଆପଣ କମ୍‌ ଖର୍ଚ୍ଚରେ ଘରେ ହିଁ ଚୁଟିକୁ ସିଧା କରିପାରିବେ।

Milk and eggs୧. ଏକ କପ୍‌ କ୍ଷୀରରେ ଏକ ଅଣ୍ଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଏକ ବ୍ରଶ୍‌ ସାହାଯ୍ୟରେ ଲଗାନ୍ତୁ। ଚୁଟିକୁ ଦେଢ଼ ଘଣ୍ଟା ସେହି ଅବସ୍ଥାରେ ଛାଡ଼ି ଦିଅନ୍ତୁ। ଏହା ପରେ ଏକ ମାଇଲ୍ଡ ସାମ୍ପୁରେ ଚୁଟିକୁ ଧୋଇ ଦିଅନ୍ତୁ।

aloevera୨. ଆଲୋଭେରା ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭଦାୟୀ। ଅଧା କପ୍‌ ଆଲୋଭେରାକୁ ଅଧା କପ୍‌ ନଡ଼ିଆ ତେଲ ସହ ମିଶାଇ ଲଗାନ୍ତୁ। ଏକ ଘଣ୍ଟା ପରେ ଶୁଖିଗଲେ ସାମ୍ପୁ କରିଦିଅନ୍ତୁ।

multani-mitti୩. ମୁଲତାନୀ ମିଟି ମଧ୍ୟ ଚୁଟିକୁ ଭଲ ରଖିଥାଏ। ମୁଲତାନୀ ମିଟି ଲଗାଇ କେଶ ଧୋଇଲେ ଚୁଟି ସିଧା ହୋଇଥାଏ।

coconut milk୪. ନଡ଼ିଆ ରସ୍‌ର ଅନେକ ଫାଇଦା ରହିଛି। ଦୁଇ ଚାମଚ ନଡ଼ିଆ ରସ୍‌ରେ କିଛି କର୍ନ ଷ୍ଟ୍ରାଚ୍‌ ମିଶାଇ ଲଗାନ୍ତୁ। ଏକ ଘଣ୍ଟା ପରେ ସାମ୍ପୁ କରିଦିଅନ୍ତୁ। ଏପରି କିଛିଦିନ କଲା ପରେ ଆପଣଙ୍କ ଚୁଟି ସିଧା ହୋଇଯିବ।

apple vinegar୫. ଆପଲ ଭିନେଗାର୍‌କୁ ଚୁଟିରେ ଲଗାଇଲେ ଏହା ସଫା ହେବା ସହ ସିଧା ଓ ସିଲ୍କି ହୋଇଥାଏ। ତିନି ଚାମଚ ଆପଲ୍‌ ଭିନେଗାର୍‌ରେ ୨ କପ୍‌ ପାଣି ମିଶାଇ ଲଗାନ୍ତୁ। କିଛି ସମୟ ପରେ ସାମ୍ପୁ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଧୀରେ ଧୀରେ ଚୁଟି ସିଧା ହୋଇଯିବ।

ଉପୋରକ୍ତ ଉପାୟଗୁଡ଼ିକୁ ଆପଣାଇଲେ, ଆପଣ କୁଞ୍ଚୁ କୁଞ୍ଚିଆ କେଶକୁ ପ୍ରାକୃତିକ ଉପାୟରେ ସିଧା କରି ପାରିବେ।



from OdishaReporter https://ift.tt/2w030ma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages