ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ଗର୍ଭବତୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ନାହିଁ।  ତେଣୁ ୩ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ। ଆଉ ଗାଁ ଲୋକେ ଖଟିଆରେ ପ୍ରସୂତୀଙ୍କୁ ବୋହି ଆଣି ଆମ୍ୱୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆଜି ସକାଳେ ଏମିତି ଏକ ଘଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଆଜି ସକାଳେ ଝରିଗାଁ ବ୍ଲକ କୁଟ୍ରୁରିଛାପର ପଞ୍ଚାୟତ ଦୀପୁଭଟ୍ଟା ଗାଁର ଅମି ସାଆନ୍ତାଙ୍କ ପତ୍ନୀ ହୀରା ଗର୍ଭଯନ୍ତ୍ରଣା ପାଇଥିଲେ।

ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାଙ୍କୁ ମେଡିକାଲ ନେବା ବଦଳରେ ଗାଁ ମହିଳାଙ୍କ ଦ୍ୱାରା ପ୍ରସବ କରାଯାଇଥିଲା। ମାତ୍ର ମୃତ ଶିଶୁକନ୍ୟାଟିଏ ଜନ୍ମ ହେବା ପରେ ହୀରାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା।

ତେଣୁ ତାଙ୍କୁ ମେଡିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ୩ କିମି ଦୂରରେ ଅଟକି ଯାଇଥିଲା। ଅମିଙ୍କ ଘର ପାଖକୁ ଆସିପାରିନଥିଲା।

କୁଟ୍ରୁରିଛାପର ଗାଁ ଲୋକେ ହୀରାଙ୍କୁ ଖଟିଆରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ। ସେଠାରୁ ତାଙ୍କୁ ଆମ୍ୱୁଲାନ୍ସରେ ନିଆଯାଇ ଝରିଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ମାତ୍ର ହୀରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉମରକୋଟ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ହୀରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।



from OdishaReporter https://ift.tt/2MrWYl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages