ଟିମ୍‌ ଇଣ୍ଡିଆ ସହ ପୋଜ୍ ଦେଇ ଟ୍ରଲ୍‌ ହେଲେ ଅନୁଷ୍କା: ଜାଣନ୍ତୁ, କାହିଁକି ବିଗିଡ଼ିଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଟିମ୍‌ ଇଣ୍ଡିଆ ସହ ପୋଜ୍ ଦେଇ ଟ୍ରଲ୍‌ ହେଲେ ଅନୁଷ୍କା: ଜାଣନ୍ତୁ, କାହିଁକି ବିଗିଡ଼ିଲେ ଫ୍ୟାନ୍‌

ନୂଆଦିଲ୍ଲୀ: ଲଣ୍ଡନସ୍ଥିତ ଇଣ୍ଡିଆନ୍‌ ହାଇକମିଶନଙ୍କ ଦ୍ୱାରା ଆୟୋଜିତ ନୈଶ୍ୟ ଭୋଜିରେ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ୍‌ ପୋଜ୍ ଦେଇ ଅଧିନାୟକ ବିରାଟ୍‌ କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଅଡ଼ୁଆରେ। ଏଥିପାଇଁ ସୋଶାଲ୍‌ ମଡିଆରେ ପ୍ରଶଂସକମାନେ ‘ବିରୁଷ୍କା’ଙ୍କୁ ଯାବତୀୟ ସମାଲୋଚନା କରିଛନ୍ତି।

ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇକମିଶନ ମଙ୍ଗଳବାର ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ରାତ୍ର ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଭାରତୀୟ ଟିମ୍‌ର ସବୁ ସଦସ୍ୟ ଓ କୋଚିଂ ଷ୍ଟାଫ୍‌ ରାଷ୍ଟ୍ରଦୂତ ଏବଂ ତାଙ୍କ ପତ୍ନୀଙ୍କ ସହ ଫଟୋ ଉଠାଇଥିଲେ।

ତେବେ ଟିମ୍‌ ଇଣ୍ଡିଆର ଅନ୍ୟ କୌଣସି ଖେଳାଳିଙ୍କ ପତ୍ନୀ ବା ଗାର୍ଲଫ୍ରେଣ୍ଡ୍‌ ଏଥିରେ ସାମିଲ ହୋଇନଥିବା ବେଳେ କୋହଲି ପତ୍ନୀ ଅନୁଷ୍କା କିନ୍ତୁ ଯୋଗ ଦେଇଥିଲେ।

ବିସିସିଆଇ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ୍‌ କରିବା ପରେ ଟିମ୍‌ ଇଣ୍ଡିଆର ଫ୍ୟାନ୍‌ମାନେ ଏହା ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି।

କିଛି ଲୋକ ଏହା ଏକ ଫ୍ୟାମିଲି ଫଙ୍କସନ୍‌ ନୁହେଁ ବୋଲି କହିଥିବା ବେଳେ ଆଉ କିଛି ଅନୁଷ୍କା ସବୁଠି ଆଇଟମ୍‌ ଗାର୍ଲ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି।

କିଛି ଫ୍ୟାନ୍‌ ଏପରି ବି କହିଛନ୍ତି, “ପୂରା ବିଶ୍ୱ କ୍ରିକେଟ୍‌କୁ ଭଲ ପାଉଛି, ଅନୁଷ୍କାଙ୍କୁ ନୁହେଁ। ତେଣୁ ଆପଣ କେବଳ ବିରାଟ କୋହଲିଙ୍କର ପତ୍ନୀ ହୋଇରହିବା ଉଚିତ। କ୍ରିକେଟ୍‌ ସହ ଜଡିତ ସବୁ ଉତ୍ସବରେ ସାମିଲ୍‌ ହେବା ଅନୁଚିତ।”

ଆଉ କିଛି ଲୋକ ଏପରି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।



from OdishaReporter https://ift.tt/2M1PIAh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages