ଦୁଷ୍କର୍ମକାରୀଙ୍କୁ ଦେଲେ ଏମିତି ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଦୁଷ୍କର୍ମକାରୀଙ୍କୁ ଦେଲେ ଏମିତି ଦଣ୍ଡ

crime

ନୂଆଦିଲ୍ଲୀ: ୟେମେନ୍‌ରେ ଜଣେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ୩ ଦୋଷୀଙ୍କୁ ଏମିତି ଦଣ୍ଡ ଦିଆଯାଇଛି, ଯାହା ବିବାଦୀୟ ହେବାରେ ଲାଗିଛି। ହେଲେ ସେଠିକାର ସରକାର ଏପରି ଦଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିବା ସହ ଏହାଦ୍ୱାରା ଦୁବୃର୍ତ୍ତମାନେ ଦୁଷ୍କର୍ମ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ବୋଲି କହିଛନ୍ତି।

99

ୟେମେନ୍‌ର ରାଜଧାନୀରେ ପ୍ରଥମେ ଏହି ଦୁଷ୍କର୍ମକାରୀମାନଙ୍କୁ ରାସ୍ତାକୁ ଅଣାଯାଇଥିଲା। ସେମାନଙ୍କୁ ଏକ ଚାଦର ଉପରେ ବସାଇ ଦିଆଯାଇଥିଲା। ତା’ପରେ ସେମାନଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା।  ଏହାପରେ ସେମାନଙ୍କ ମୃତଦେହକୁ ଏକ କ୍ରେନ୍‌ରେ ଝୁଲାଇ ଦିଆଯାଇଥିଲା। ଏପରି କରି ସରକାର ଦୁଷ୍କର୍ମ ପରି ଅପରାଧ କଲେ କିପରି ଦଣ୍ଡ ମିଳିଥାଏ ତାହା ଦେଖାଇବାକୁ ଚାହିଁଛନ୍ତି।

ତେବେ ୟେମେନ ସରକାରଙ୍କ ଏପରି ଦଣ୍ଡବିଧାନ ପରେ କିଛି ଦେଶରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏପରି ଦଣ୍ଡ କେତେଦୂର ଗ୍ରହଣୀୟ ତାକୁ ନେଇ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି। କିଛି ଲୋକ ଏହାକୁ ଦୃଢ଼ ବିରୋଧ କରିଥିବା ବେଳେ କିଛି ଲୋକ ଖୋଲା ସମର୍ଥନ ଜଣାଇଛନ୍ତି। ସମର୍ଥନ କରିଥିବା ଲୋକଙ୍କ ମତରେ ଏପରି ଦଣ୍ଡ ଦିଆଯିବା ଉଚିତ୍‌ ନ୍ୟାୟ। ଏହାଦ୍ୱାରା ଏପରି ଜଘନ୍ୟ ଅପରାଧ କରିବା ପୂର୍ବରୁ ଲୋକେ ଶହେ ଥର ଚିନ୍ତା କରିବେ ବୋଲି କହିଛନ୍ତି।



from OdishaReporter https://ift.tt/2Mb0kwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages