କାଲି ସୂର୍ଯ୍ୟପରାଗ: କ’ଣ କରିବେ ଓ କ’ଣ କରିବେ ନାହିଁ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

କାଲି ସୂର୍ଯ୍ୟପରାଗ: କ’ଣ କରିବେ ଓ କ’ଣ କରିବେ ନାହିଁ ପଢ଼ନ୍ତୁ

SolarEclips

ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଅଗଷ୍ଟ ୧୧ ତାରିଖରେ ହେବ। ଏଥର ଆଂଶିକ ସୂର୍ଯ୍ୟପରାଗ ହେବ। ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍‌ ରହିବ।

ଏହା ପୂର୍ବରୁ ଫେବ୍ରୁଆରୀ ୧୫ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହୋଇଥିଲା। ଦ୍ୱିତୀୟ ସୂର୍ଯ୍ୟପରାଗ  ଜୁଲାଇ ୧୩ରେ ହୋଇଥିଲା।

କାହିଁକି ହୁଏ ସୂର୍ଯ୍ୟପରାଗ?

ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ସହ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପଟେ ଘୂରିଥାଏ। ଅନ୍ୟପଟେ ଚନ୍ଦ୍ର ପୃଥିବୀର ଉପଗ୍ରହ ଏବଂ ତାହା ପୃଥିବୀ ଚାରିପଟେ ଘୂରିଥାଏ। ତେଣୁ ଯେତେବେଳେ ଚନ୍ଦ୍ର ଘୂରି ଘୂରି ସୂର୍ଯ୍ୟ ଏବଂ ପୃଥିବୀ ମଝିକୁ ଆସିଯାଏ ସେତେବେଳେ ପୃଥିବୀ ପୃଷ୍ଠକୁ ଆଂଶିକ କିମ୍ବା ପୂର୍ଣ୍ଣ ରୂପରେ ଆଉ ଦେଖାଯାଏ ନାହିଁ। ଏହାକୁ ହିଁ ସୂର୍ଯ୍ୟପରାଗ କୁହାଯାଏ।

ଏଥର ସୂର୍ଯ୍ୟପରାଗର ସମୟ

ଏଥରର ସୂର୍ଯ୍ୟପରାଗ ଭାରତୀୟ ସମୟାନୁସାରେ ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ। ଅନ୍ତରାଷ୍ଟ୍ରୀୟ ସମୟାନୁସାରେ ଆଂଶିକ ସୂର୍ଯ୍ୟପରାଗ ୮ଟା ୦୨ମିନିଟ୍‌ରେ ଆରମ୍ଭ ହୋଇ ୧୧ଟା ୩୦ମିନିଟ୍‌ରେ ଶେଷ ହେବ।

କେଉଁ କେଉଁ ସ୍ଥାନରେ ଦେଖାଯିବ ସୂର୍ଯ୍ୟପରାଗ?

ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅର୍ଥାତ୍‌ ଉତ୍ତର ୟୁରୋପଠୁ ପୂର୍ବ ଏସିଆ ଏବଂ ଋଷରେ ସୂର୍ଯ୍ୟପରାଗ ଦେଖାଯିବ।

ସୂର୍ଯ୍ୟପରାଗ ପୂର୍ବରୁ ଏହି ୩ଟି କାମ କରନ୍ତୁ

୧) ଘରେ ଯଦି କ୍ଷୀର ବା ଦହି ଜାତୀୟ କିଛି ଖାଦ୍ୟ ଅଛି, ତେବେ ସୂର୍ଯ୍ୟପରାଗ ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ଏହି ଖାଦ୍ୟରେ ଏହାର ପ୍ରଭାବ ପଡ଼େ ନାହିଁ।

୨) ସୂର୍ଯ୍ୟପରାଗ ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ। ବଳକା ଖାଦ୍ୟକୁ ଫିଙ୍ଗି ଦିଅନ୍ତୁ।

୩) ବିଶ୍ରାମ ନେବାକୁ ଚାହୁଁଥିଲେ ସୂର୍ଯ୍ୟପରାଗ ପୂର୍ବରୁ ବିଶ୍ରାମ ନିଅନ୍ତୁ।

ସୂର୍ଯ୍ୟପରାଗରେ ଏସବୁ କାମ କରନ୍ତୁ ନାହିଁ

୧) ମୂର୍ତ୍ତି ପୂଜା କରନ୍ତୁ ନାହିଁ।

୨) ସୂର୍ଯ୍ୟପରାଗ ସମୟରେ ତୁଳସୀ ପତ୍ରକୁ ଛୁଅନ୍ତୁ ନାହିଁ।

୩) ରୋଷେଇ କରନ୍ତୁ ନାହିଁ କି ଖାଦ୍ୟ ଖାଆନ୍ତୁ ନାହିଁ।

୪) ଏହି ସମୟରେ ଶୁଅନ୍ତୁ ନାହିଁ।

ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୩ଟି କାମ

୧) ସୂର୍ଯ୍ୟପରାଗ ସରିବା ପରେ ସର୍ବପ୍ରଥମେ ଗାଧାନ୍ତୁ।

୨) ତୁଳସୀ ଚଉରାରେ ଗଙ୍ଗା ଜଳ ଛିଞ୍ଚନ୍ତୁ।

୩) ଗରିବ ଲୋକଙ୍କୁ ଦାନ ଦିଅନ୍ତୁ।



from OdishaReporter https://ift.tt/2KI9pHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages